ଲୋୟର ପିଏମ୍ଜିରେ ନବନିର୍ମାଣ ଯୁବଛାତ୍ର ସମାବେଶ

ଭୁବନେଶ୍ୱର, , (ଯୁଗାବ୍ଦ ନ୍ୟୁଜ) : ରାଜନୀତିରେ ଯୁବଛାତ୍ର ରାଜନୀତି ସୃଷ୍ଟି ହୋଇଥିବା ଶୂନ୍ୟତାକୁ ପୂରଣ କରିବାକୁ ନବନିର୍ମାଣ ଯୁବଛାତ୍ର ସଂଗଂନ ଉଦ୍ୟମ କରିଛି । ଆଜି ଅଗଷ୍ଟ ୯ରେ କ୍ରାନ୍ତି ଦିବସ ଅବସରରେ ସମାବେଶ ଆୟୋଜନ କରି ବେକାରୀ ସମସ୍ୟାକୁ ଏକ ବଡ଼ ପ୍ରସଙ୍ଗ ଭାବେ ନେଇ ଆନ୍ଦୋଳନ ଗଢିତୋଳିବ ବୋଲି ନବ ନିର୍ମାଣ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଓ ନେତାମାନେ ଘୋଷଣା କରିଛନ୍ତି । ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ସଭାପତିତ୍ୱରେ ଆହୂତ ସମାବେଶରେ ଉଦ୍ବୋଧନ ଦେଇ ସଂଗଠନର ପ୍ରତିଷ୍ଠାତା ତଥା କୃଷକ ସଂଗଠନର ଜାତୀୟ ନେତା ଅକ୍ଷୟ କୁମାର କହିଲେ ଯେ, ଭଗତ ସିଂଙ୍କ ଠାରୁ ଆରମ୍ଭ କରି ଉଦ୍ଦାମ ସିଂ, ସୁବାଷ ବୋଷଙ୍କ ଭଳି ନେତାମାନେ ଦେଶ ପାଇଁ ଯେଉଁ ବଳିଦାନ ଦେଇ ସ୍ୱାଧୀନତା ଆଣିଥିଲେ ସେ ବଳିଦାନ ଆଜି ବ୍ୟର୍ଥ ହୋଇଛି ।ଯୁବଛାତ୍ର ସମାଜ ଜାଗ୍ରତ ହେଲେ ଦେଶର ନେତାମାନେ ଦେଶବାସୀଙ୍କୁ ମନଇଚ୍ଛା ଲୁଟ୍ କରିବାକୁ ସାହସ କରିବେ ନାହିଁ । ଓଡ଼ିଶା ଭଳି ରାଜ୍ୟରେ ଯୁବଛାତ୍ରମାନେ ଏକାଠି ହେଲେ ଆମ ନେତାମାନେ ଆମ ରାଜ୍ୟର ପ୍ରାକୃତିକ ସମ୍ପଦକୁ ଶାଗମୁଗ ଦରରେ ବିକ୍ରି କରି ଓଡ଼ିଆଙ୍କୁ କାଙ୍ଗାଳ କରିବାକୁ ସାହସ କରିବେ ନାହିଁ । ସଂଗଠନର ଅନ୍ୟତମ ପ୍ରତିଷ୍ଠାତ ତଥା ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସାରା ଦୁନିଆରେ ଯେତେ ଆନ୍ଦୋଳନ ଓ ପରିବର୍ତ୍ତନ ହୋଇଛି, ସେଥିରେ ଯୁବସମାଜ ଆଗୁସାର ହୋଇଛି ।  ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ହମିଦ୍, ସହସଂଯୋଜକ ସାଇପ୍ରସାଦ ପଲାଇ, ଇଜୁ ଅହମ୍ମଦ, ଅମିତ ଜେନା, ସୋନାଲି ମିଶ୍ର, ବାବୁନି ନାୟକ, ଶୁଭାଙ୍ଗୀ ମଧୁସ୍ମିତା ବସ୍ତିଆ, ପୂଜା ସ୍ୱାଇଁ ପ୍ରମୁଖ ଛାତ୍ର ନେତାନେତ୍ରୀମାନେ ବକ୍ତବ୍ୟ ରଖିଥିଲେ ।  ପ୍ରାରମ୍ଭରେ ସଂଗଠନ ନେତା ରଶ୍ମୀରଞ୍ଜନ ସ୍ୱାଇଁ, ଦୁର୍ଗାପ୍ରସାଦ ଦାସ, ଦେବୀ ପ୍ରସାଦ ମହାରଣା ପ୍ରମୁଖ ବୈପ୍ଲବିକ ସଙ୍ଗୀତ ଗାନ କରିଥିଲେ । ପ୍ରଥମରୁ ଏକ ସୁସଜ୍ଜିତ ପଟୁଆରରେ ରେଳ ଷ୍ଟେସନରୁ ବାହାରି ସମାବେଶସ୍ଥଳରେ ପହଞ୍ôଚଥିଲା । ‘•ଉଳ ନୁହଁ, •କିରୀ ଦିଅ’, ନିଶା ବଦଳରେ ନିଯୁକ୍ତି ଆମର ଦାବି, ଋଣମୁକ୍ତ ସମୃଦ୍ଧ ଓଡ଼ିଶା ପାଇଁ ଯୁବଛାତ୍ର ସମାଜ ଏକ ହୁଅ ନାରାରେ ଛାତ୍ରଛାତ୍ରୀମାନେ ଗଗନ ପବନ ପ୍ରକମ୍ପିତ କରିଥିଲେ । ସଭା ସମାପ୍ତ ପରେ ଯେଉଁମାନେ ସଂଗଠନ କରିବେ, ନିଜ ତରଫରୁ ସମାବେଶରେ ସଂକଳ୍ପ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ