ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଅଦର ପୁନାୱାଲାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଥା ହୋଇଛନ୍ତି। କୋଭିଡ୍‌ ଟିକା ଅଗ୍ରଗତି ବିଷୟରେ ପୁନାଓ୍ବାଲାଙ୍କ ସହ ଭିଡିଓ କନ୍‌ଫରେନ୍ସ ରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସୂଚନା ମିଳିଛି।କୋଭିଡ ଟିକା ବିକାଶ ପାଇଁ ସେରମ ଇନଷ୍ଟିଚ୍ୟୁଟ୍‌ ଅକ୍ସଫୋର୍ଡ ୟୁନିଭରସିଟି ସହ ସହଭାଗୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଟିକାର ଅଗ୍ରଗତି ନେଇ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ଆବଶ୍ୟକ କ୍ଳେରାନ୍ସ ମିଳିବା ପରେ ଟୀକାକରଣ ପାଇଁ ଓଡିଶାକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସେରମ୍‌ ପ୍ରତିଷ୍ଠାନ ସହ ଯୋଗାଯୋଗରେ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଆଲୋଚନା ବେଳେ ପୁନାଓ୍ବାଲା କହିଛନ୍ତି, ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଅକ୍ସଫୋର୍ଡ ୟୁନିଭରସିଟି ଟିକା ଆଶାବାଦୀ ଫଳାଫଳ ଦେଖାଇଛି। ଭାରତରେ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ମଧ୍ୟଭାଗରୁ ଆରମ୍ଭ ହେବ ଏବଂ ଏହି ଟିକା ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ସୁଦ୍ଧା ପ୍ରସ୍ତୁତ ହେବ। ଟିକା ପାଇଁ ସେରମ-ରାଜ୍ୟ ସରକାର ଯୋଗାଯୋଗରେ ରହିବେ। ଏହାଛଡ଼ା ଟୀକାକରଣର ଅଗ୍ରଗତି ଏବଂ ଲାନସେଟ୍‌ରେ ପ୍ରକାଶିତ ଫଳାଫଳ ବିଷୟରେ ଜାଣିବା ପାଇଁ ସେରମ ପ୍ରତିଷ୍ଠାନ ସହିତ ଯୋଗାଯୋଗ କରିଥିବାରୁ ପୁନାୱାଲା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ।ଏହି ଆଲୋଚନା ବେଳେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ସିଏମଓର ମୁଖ୍ୟ ପରାମର୍ଶଦାତା, ଏସିଏସ୍‌ ସ୍ବାସ୍ଥ୍ୟ ଏବଂ ୫-ଟି ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ