ହାଇଡ୍ରୋଜେନ ଯୁକ୍ତ ସିଏନଜିକୁ ଅଟୋମୋଟିଭ୍ ଇନ୍ଧନ ରୂପେ ସାମିଲ କରିବା ନେଇ ମତାମତ ଆହ୍ୱାନ
ନୂଆଦିଲ୍ଲୀ, : କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୭୯ରେ ସଂଶୋଧନ ସକାଶେ ଜନସାଧାରଣ ତଥା ସମସ୍ତ ହିତଧାରକଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଛି । ଜିଏସଆର ୪୬୨(ଇ) ଜୁଲାଇ ୨୨, ୨୦୨୦ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ହାଇଡ୍ରୋଜେନ ଯୁକ୍ତ ସିଏନଜିକୁ ଅଟୋମୋଟିଭ୍ ଇନ୍ଧନ ରୂପେ ସାମିଲ କରାଯିବା ସଂକ୍ରାନ୍ତରେ ଏହି ମତାମତ ଆହ୍ୱାନ କରାଯାଇଛି । ଦେଶରେ ଅଟୋମୋବାଇଲ୍ କ୍ଷେତ୍ରରେ ସବୁଜ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ ଯୋଗାଇବା କ୍ଷେତ୍ରରେ ମନ୍ତ୍ରଣାଳୟ ଏହା ଆଉ ଗୋଟିଏ ପାଦ ଆଗୁଆ ବୋଲି ବିବେଚନା କରାଯାଉଛି । ଏହି ପରିପ୍ରେକ୍ଷୀରେ ଯେଉଁମାନେ ନିଜର ମତାମତ ଅବା ପରାମର୍ଶ ଦେବାକୁ ଚାହାନ୍ତି ସେମାନେ ତାହା ଯୁଗ୍ମ ସଚିବ (ଏମଭିଏଲ), ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ, ପରିବହନ ଭବନ, ପାର୍ଲାମେଣ୍ଟ ଷ୍ଟ୍ରୀଟ୍, ନୂଆ ଦିଲ୍ଲୀ – ୧୧୦୦୦୧ (email: jspb-morth@gov.in)କୁ ତାହା ବିଜ୍ଞପ୍ତି ଜାରି ହେବାର ତିରିଶ ଦିନ ମଧ୍ୟରେ ପଠାଇପାରିବେ ।


