ବେଲଗୁଣ୍ଠା ବଣିକ ସଂଘ ସଭାପତି ତଥା ବିଶିଷ୍ଠ ବ୍ୟବସାୟୀଙ୍କ ଦେହାନ୍ତ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ସହରର ଜଣାଶୁଣା ଚାଉଳ ବ୍ୟବସାୟୀ ତଥା ବେଲଗୁଣ୍ଠା ବାଣିକ ସଂଘ ସଭାପତି ,ବେଲଗୁଣ୍ଠା ପେଣ୍ଠ ସାହି ବାସିନ୍ଦା ଟି.ସନ୍ତୋଷ କୁମାର ପାତ୍ରଙ୍କ ଦେହାନ୍ତ ଘଟିଛି ।ସେ କିଛିଦିନ ପୂର୍ବ ରୁ ଅସୁସ୍ଥ ହେବାରୁ ଗତ ୫ ତାରିଖ ଦିନ ଭୁବନେଶ୍ବର ସମ ହସ୍ପିଟାଲ ଯାଇଥିଲେ ।ତାଙ୍କ ଠାରେ କାରୋନା ଲକ୍ଷଣ ଥିବାରୁ ହସ୍ପିଟାଲ କର୍ତ୍ତୁପକ୍ଷ ତାଙ୍କୁ କିମ୍ସ ହସ୍ପିଟାଲ ରେଫର କରିଥିଲେ ।ସେଠାରେ ତାଙ୍କର ସ୍ଵାବ ପରୀକ୍ଷା ହୋଇଥିଲା ଏବଂ ସେ କୋରୋନା ସଂକ୍ରମିତ ଥିବା ଜଣାପଡିଥିଲା ।ଗତକାଲି ମଧ୍ୟରାତ୍ର ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି ।ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ।ସେ ବେଲଗୁଣ୍ଠା ଅଞ୍ଚଳରେ ଗାଣ୍ଡୁ ଆନ୍ନା ନାମ ର ସୁପରିଚିତ ଥିଲେ ।ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ବେଲଗୁଣ୍ଠା ସହର ବ୍ୟବସାୟୀ ମାନେ ଗଭୀର ମର୍ମାହତ ହୋଇଛନ୍ତି ।ସେ ବେଲଗୁଣ୍ଠା ବଣିକ ସଂଘ ର ୪ ବର୍ଷ ହେଲା ସଭାପତି ରହିଆସୁଥିଲେ ।ଏହି ଦାୟିତ୍ଵ ସେ ସଫଳତା ର ସହ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ ।ଏହା ସହ ସହର ର ବିଭିନ୍ନ ଅନୁଷ୍ଟାନିକ କାର୍ଯକ୍ରମର ଉତପ୍ରେରକଥିଲେ ।ତାଙ୍କ ମୃତ୍ୟୁ ବେଲଗୁଣ୍ଠା ବ୍ୟବସାୟୀ ମହଲରେ ଏକେ ଅପୂରଣୀୟ କ୍ଷତି ବୋଲି ଆଲୋଚନା ହେଉଛି ।ସେ ଜଣେ ମିଷ୍ଠଭାଷୀ,ପରୋପକାରୀ,ଉଦାରବାଦୀ ଭଦ୍ରବ୍ୟକ୍ତି ଥିବାରୁ ତାଙ୍କ ମୃତ୍ୟୁ ରେ ବେଲଗୁଣ୍ଠା ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି ।ତାଙ୍କ ମୃତ୍ୟୁରେ ବଣିକ ସଂଘ ସମ୍ପାଦକ କୈଲାଶ ଚନ୍ଦ୍ର ମହାପାତ୍ର,ଉପସଭାପତି କାଳୁ ଚରଣ ପଣ୍ଡା,ସହ ସମ୍ପାଦକ ପ୍ରଭାତ କୁମାର ସାହୁ,କୋଷାଧ୍ୟକ୍ଷ ସନ୍ନତ କୁମାର ଶୁବୁଦ୍ଧି ,ଉପଦେଷ୍ଟା ଲିଙ୍ଗରାଜ ପାତ୍ର,ପ୍ରଶାନ୍ତ କୁମାର ସାହୁ,ସମାଜସେବୀ ଭି ଦେବିପ୍ରସାଦ ପାତ୍ର,ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ଙ୍କ ସହ ବେଲଗୁଣ୍ଠା ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପସଭାପତି ଅଶ୍ଵିନୀ କୁମାର ମହାନ୍ତି ,ସମ୍ପାଦକ ସୁଶାନ୍ତ ମିଶ୍ର,କୋଷାଧ୍ୟକ୍ଷ ପ୍ରଭାତ ସାହୁ,ସୁରେଶ ସୁବୁଦ୍ଧି,ସୁଶାନ୍ତ ବେହେରା,ଚନ୍ଦନ ସାହୁ,ବାଳକୃଷ୍ଣ ପାତ୍ର ପ୍ରମୁଖ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାର କୁ ଗଭୀର ସମବେଦନା ଜଣାଇଛନ୍ତି ।ଭୁବନେଶ୍ବର ରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ