ନୂଆ ନୁହେଁ ସେଲଫି ଟ୍ରେଣ୍ଡ୍୧୭୮ ବର୍ଷ ପୂର୍ବେ ଉଠିଥିଲା ପ୍ରଥମ ସେଲ୍ଫି

ଏବେ ଚାଲିଛି ସେଲ୍ଫିର କ୍ରେଜ । ବିଶେଷ କରି ଯୁବବର୍ଗଙ୍କୁ ଘାରିଛି ଏହି କ୍ରେଜ । ନୂଆ ନୂଆ ଷ୍ଟାଇଲର ସେଲ୍ଫି ସୋସିଆଲ ମିଡିଆରେ ବହୁତ ପୋଷ୍ଟ ହେଉଛି । ଏମିତି ବି ହେଉଛି ବହୁ ସମୟରେ ସେଲଫି ନେବା ଚକ୍କରରେ ଜୀବନ ଦେବାକୁ ପଡୁଛି । ସେଲ୍ଫି ଏକ ନୂଆ ଟ୍ରେଣ୍ଡ ବୋଲି ସମସ୍ତେ ଭାବୁଛନ୍ତି । ଖାସ୍ କରି ସୋସିଆଲ ମିଡିଆରେ ବହୁ ବ୍ୟବହାର ପରେ ସେଲ୍ଫି ନେବା ଆରମ୍ଭ ହୋଇଥିବା କୁହାଯାଇଛି । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ସେଲ୍ଫି ଟ୍ରେଣ୍ଡ ଆଜିର ନୁହେଁ । ଏହା ୧୭୮ ବର୍ଷ ପୁରୁଣା । କୁହାଯାଏ ବିଶ୍ୱର ପ୍ରଥମ ୧୭୮ ବର୍ଷ ପୂର୍ବେ ନିଆଯାଇଥିଲା । ୧୮୩୯ରେ ଡେଗ୍ୟୁରଟାଇପ ପ୍ରକ୍ରିୟାରେ ବିଶ୍ୱର ପ୍ରଥମ ସେଲଫି ନିଆଯାଇଥିଲା । ଏହାର ଆରମ୍ଭ ଲୁଇସ ଜ୍ୟାକୁସ୍ ମାନ୍ଡେ ଡେଗ୍ୟୁର କରିଥିଲେ । ତାଙ୍କ ନାମ ଅନୁସାରେ ଏହି ପ୍ରକ୍ରିୟାକୁ ଡେଗ୍ୟୁରଟାଇପ ନାମକରଣ କରାଯାଇଥିଲା । ଏଥିରେ ବ୍ୟବହାର କରାଯାଇଥିବା ଉପକରଣ ବହୁତ ଭାରି ଥିଲା । ଏହା ସହ ଏଥିରେ ଫଟୋ ଉଠାଇବା ବହୁତ ମହଙ୍ଗା ଥିଲା । ରବୋର୍ଟ କୋନୋଲିୟସ ଉଠାଇଥିଲେ ବିଶ୍ୱର ପ୍ରଥମ ସେଲ୍ଫି । ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ପୁରୁଣା ୧୦ଟି ସେଲ୍ଫି କେବେ ନିଆଯାଇଥିଲା ।
ରୋବୋର୍ଟ କୋନୋଲିୟସଙ୍କ ନାମରେ ରହିଛି ଦୁନିଆର ପ୍ରଥମ ସେଲ୍ଫି ନେବାର ରେକର୍ଡ । ୧୮୩୯ରେ ସେ ଏହି ସେଲ୍ଫି ନେଇଥିଲେ ।
ଇଂରେଜ ଫଟୋଗ୍ରାଫର ୟୁସୁଫ ବାୟରନ ୧୯୦୯ରେ ନେଇଥିଲେ ନିଜ ସେଲ୍ଫି ।
ଅନାସ୍ତାସିୟା ନିକୋଲାଇୱିନ ୧୯୧୪ରେ ନେଇଥିଲେ ତାଙ୍କ ସେଲ୍ଫି । ନିକୋଲାଇୱିନଙ୍କ ଫଟୋକୁ ପ୍ରଥମ ମହିଳାଙ୍କ ସେଲ୍ଫି ମାନ୍ୟତା ମିଳିଛି ।
ଆଇନା ଆଗରେ ଛିଡା ହୋଇ ୧୯୪୯ରେ ଷ୍ଟୋନଲେ କୁବ୍ରେକ ନେଇଥିଲେ ସେଲ୍ଫି ।ଏସ୍.ଥୋମ୍ପସ ୧୯୬୦ ନେଇଥିଲେ ନିଜର ସେଲ୍ଫି ।
ଟୋନୀରେ ଜୋନ୍ସ ନାମକ ଫଟୋଗ୍ରାଫର ୧୯୬୫ରେ ନେଇଥିଲେ ସେଲ୍ଫି ।
ଫଟୋଗ୍ରାଫର ଟେରୀ ଫିଞ୍ଚର ନିଜ ଜୋତାରେ ଲେନ୍ସ ବାନ୍ଧି ୧୯୬୬ରେ ନେଇଥିଲେ ସେଲ୍ଫି ।
ଜେମିନ-୧୨ ମିଶଦ ବେଳେ ବକ୍ସ ଏଲଷ୍ଟିନ ୧୯୬୬ ରେ ନେଇଥିଲେ ନିଜର ସେଲ୍ଫି ।
ନିଲ ଆର୍ମଷ୍ଟଙ୍ଗ ୧୯୬୯ରେ ମହାକାଶରେ ନେଇଥିଲେ ସେଲ୍ଫି ।
ପୋଲ ମୋକକାର୍ଟନି ଦାବି କରନ୍ତି ସେ ନିଜର ଫଟୋ ଉଠାଇବା ପରେ ଦୁନିଆରେ ସେଲ୍ଫି ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ