ବିଶ୍ୱର ବଡ଼ ବିଲେଇ
ଓଡ଼ିଆରେ ଗୋଟେ କଥା ଅଛି ବାଘ ନ ଦେଖିଲେ ବିରାଡି ଦେଖ । ସତରେ ଆଜି ଆମେ ଯେଉଁ ବିରାଡି କଥା କହୁଛୁ ତାହା ବାଘଠାରୁ କିଛି କମ୍ ନୁହେଁ । ଅଷ୍ଟ୍ରେଲିଆରେ ରହୁଥିବା ଏକ ଦମ୍ପତିଙ୍କ ପାଖରେ ରହିଛି ଏକ ବିଲେଇ । ଏହି ଦମ୍ପତି ଯେତେବେଳେ ଏହାକୁ କିଣିଥିଲେ ସେମାନେ ଜାଣିନଥିଲେ ଯେ ଏହା ବିଶ୍ୱର ସବୁଠାରୁ ବଡ ବିଲେଇର ଆଖ୍ୟା ପାଇବ । ଗିନିଜ୍ ବୁକ୍ ରେକର୍ଡସର ଟିମ୍ ବି ବିଲେଇର ଆକାର ଜାଣି ତାଜୁବ ହୋଇଗଲେ । ଏହି ବିଲେଇର ନାଁ ଓମର । ସେ ଯେତେବେଳେ ଛୋଟ ଥିଲା ତାକୁ ଏହି ଦମ୍ପତି ଘରକୁ ଆଣିଥିଲେ । ଏକ ବର୍ଷ ମଧ୍ୟରେ ତାର ଶରୀର ୨୨ ଏଲବିଏସ୍ ବୃଦ୍ଧି ପାଇଛି । ଓମାର ସକାଳ ୫ଟାରେ ଉଠେ । ଏହା ପରେ ସେ ଜଳଖିଆ ଖାଇ କିଛି ସମୟ ବାହାରେ ବୁଲା ବୁଲି କରେ । ଓମାର କଙ୍ଗାରୁ ମାଂସ ଖାଇବାକୁ ପସନ୍ଦ କରେ । ଇନଷ୍ଟାଗ୍ରାମରେ ଓମାରର ପ୍ରଶଂସକଙ୍କ ସଂଖ୍ୟା ଏକ ଲକ୍ଷ ଟପିଯାଇଛି । ଲୋକେ ଏବେ ଓମାର ଫଟୋକୁ ସେୟାର କରିବା ସହ ଏବେ ସେ ଭର୍ଚୁଆଲ ଷ୍ଟାର ବନିଯାଇଛି ।


