ଘରେ ଲଗାନ୍ତୁ ନାହିଁ ଏହି ଫଟୋ

ନିଜ ଘରକୁ ସୁନ୍ଦର ରଖିବା ପାଇଁ ସମସ୍ତେ ଚାହାଁନ୍ତି । ସେଥିପାଇଁ କିଏ ଦାମୀ ଆସବାବପତ୍ର ରଖିଥାଏ ତ ଆଉ କିଏ ସୁନ୍ଦର ସୁନ୍ଦର ଫଟୋ ଲଗାଇଥାଏ । ହେଲେ ଆପଣ ଜାଣିଛନ୍ତି ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଫଟୋ ଲଗାଇବାର ମହତ୍ତ୍ୱ କିଛି ଅଲଗା ରହିଥାଏ । କିଛି ଫଟୋ ଏପରି ଅଛି, ଯାହାକୁ ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ଆସିଥାଏ । ଆଉ କିଛି ଫଟୋ ଏପରି ରହିଛି ଯାହାକୁ ଲଗାଇବା ଦ୍ୱାରା ନକାରାତ୍ମକ ଶକ୍ତି ଆସିଥାଏ । ଆସନ୍ତୁ ଜାଣିବା କେଉଁ ଫଟୋ ଘରେ ଲଗାଇବା ଉଚିତ ନୁହେଁ ।
ଝରଣା: ଘରେ କେବେ ବହି ଯାଉଥିବା ପାଣି କିମ୍ବା ଝରଣାର ଫଟୋ ଲଗାନ୍ତୁନାହିଁ । ଏହି ଫଟୋ ଲଗାଇବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ ।
ହିଂସ୍ରପଶୁ : ଘରେ ହିଂସ୍ର ପଶୁ ଫଟୋ ଲଗାନ୍ତୁ ନାହିଁ । ଏହା ଦ୍ୱାରା ପାରିବାରିକ କଳହ ଲାଗି ରହିପାରେ ଓ ସଦସ୍ୟଙ୍କ ମଧ୍ୟ ମତାନ୍ତର ଦେଖାଯାଇଥାଏ ।
କାନ୍ଦୁଥିବା ଶିଶୁ: କିଛି ଲୋକ ଅଛନ୍ତି ଘରେ କାନ୍ଦୁଥିବା ଶିଶୁଙ୍କ ଫଟୋ ଲଗାଇଥାନ୍ତି । ଏହି ଫଟୋ ଦୁର୍ଭାଗ୍ୟର କାରଣ ହୋଇଥାଏ । ତେଣୁ ଭୁଲରେ ବି ଘରେ କାନ୍ଦୁଥିବା ପିଲାଙ୍କ ଫଟୋ ଲଗାନ୍ତୁ ନାହିଁ ।
ବୁଡିଯାଉଥିବା ଜାହାଜ: ଘରେ ବୁଡି ଯାଉଥିବା ଜାହାଜ କିମ୍ବା ଡଙ୍ଗାର ଫଟୋ ଲଗାନ୍ତୁ ନାହିଁ । ଏହା ମଧ୍ୟ ଦୁର୍ଭାଗ୍ୟର କାରଣ ହୋଇଥାଏ । ଏହା ସହିତ କାନ୍ଥରେ ଯୁଦ୍ଧ କିମ୍ବା ଯାଦୁଘର ଫଟୋ ଲଗାଇବା ଠିକ୍ ନୁହେଁ । ଏହା ଦ୍ୱାରା ଘର ସଦସ୍ୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ