ଋାଲି ଓ ରୋଡଶୋକୁ ନେଇ କଟକଣା ଜାରି କଲା କମିଶନରେଟ ପୋଲିସ
ନିର୍ବାଚନୀ ବିଗୁଲ ବାଜି ସାରିଛି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନଙ୍କ ସାଧାରଣ ସଭା, ରୋଡ଼ସୋ ଓ ରାଲି ଆଦି କରିବେ । ନିର୍ବାଚନକୁ ଦୃଷ୍ଟିରେ ରଖି ଆଡ଼ଭାଇଜରି ଜାରି କରିଛି କମିସନରେଟ୍ ପୋଲିସ୍ । ନିର୍ବାଚନ ପର୍ୟ୍ୟନ୍ତ ବିଭିନ୍ନ ରାଜନୈତିକ ଦଳ ମାନେ କରିବାକୁ ଥିବା ଶୋଭାଯାତ୍ରାରେ ତଥା ସାଧାରଣ ସଭାରେ କ’ଣ କରିବେ ଓ କ’ଣ କରିବେ ନାହିଁ ସେ ନେଇ ଆଡଭାଇଜରି ଜାରି କରିଛି କମିସନରେଟ ପୋଲିସ । ନିର୍ବାଚନୀ ଶୋଭାଯାତ୍ରାରେ କେତେ ଲୋକ ଓ କେତେ ଗାଡି ବ୍ୟବହାର ହେଉଛି ସେନେଇ ପୋଲିସକୁ ଆଗୁଆ ସୂଚନା ଦେବେ ପ୍ରାର୍ଥୀ । ୧୦ଟିରୁ ଅଧିକ ଗାଡି ପ୍ରାର୍ଥୀ ରାଲିରେ ବ୍ୟବହାର କରିପାରିବେ ନାହିଁ । ୧୦ରୁ ଅଧିକ ଗାଡି ରାଲିରେ ସାମିଲ ହେଲେ ୧୦୦ ମିଟର ବ୍ୟବଧାନରେ ଗାଡି ରଖାଯିବ । ଶୋଭାଯାତ୍ରା ହେଉଥିବା ସମୟରେ ରାସ୍ତାର ଅଧା ଭାଗ ସାଧାରଣ ଲୋକଙ୍କ ଯିବା ଆସିବା ପାଇଁ ଛଡାଯିବ । କୌଣସି ରାଲି ରାସ୍ତାର ଅଧାରୁ ଅଧିକ କଭର କରିବ ନାହିଁ । ଶୋଭାଯାତ୍ରାରେ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁôତ୍ୱ ଦିଆଯିବ । ଶୋଭାଯାତ୍ରା ବେଳେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ରହିବ ।
ନିର୍ବାଚନ କମିସନଙ୍କ ନିୟମ ଅନୁସାରେ ଲାଉଡ୍ ସ୍ପିକରର ବ୍ୟବହାର କରାଯିବ । ୬- ରୋଡ ସୋ କରୁଥିବା ବେଳେ ସେଥିରେ ସ୍କୁଲ ପିଲାଙ୍କୁ ସାମିଲ କରାଯାଇପାରିବ ନାହିଁ । ପ୍ରାର୍ଥୀ ସର୍ବାଧିକ ୬ଫୁଟ ଚଉଡା ଓ ୪ଫୁଟ ଲମ୍ବର ବ୍ୟାନର ବ୍ୟବହାର କରିପାରିବେ । ଶୋଭାଯାତ୍ରା କୌଣସି ପ୍ରକାର ବାଡ଼ି ଓ ଲାଠିର ବ୍ୟବହାର କରାଯିବ ନାହିଁ । ରାଲି କିମ୍ବା ରୋଡ ସୋ’ରେ ବ୍ୟବହାର ହେଉଥିବା ଗାଡ଼ିରେ ୧ ଫୁଟ୍ ଲମ୍ବର ଦଳୀୟ ପତାକା ବ୍ୟବହାର କରାଯିବ । ପୁଲିସ ଯେଉଁ ରୁଟ ପାଇଁ ଅନୁମତି ଦେବ ସେଇ ରୁଟରେ ପ୍ରାର୍ଥୀଙ୍କ ଗାଡ଼ି ଯିବାଆସିବା କରିବ ।


