ସ୍ୱାଧୀନତା ଉତ୍ସବ ପାଇଁ ସ୍ମାର୍ଟଫୋନ ଉପରେ ଅଫର

(ଯୁଗାବ୍ଦ ନ୍ୟୁଜ )-ଦେଶର ୭୩ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଭିଭୋ-ଇ ଷ୍ଟୋର ରେ ଫ୍ରିଡମ କାର୍ଣ୍ଣିଭାଲ ଅଗଷ୍ଟ ୧୨ ରୁ ୧୪ ପର୍ଯ୍ୟନ୍ତ ପାଳିତ ହେବ । ଏହି ସମୟରେ ସ୍ୱତନ୍ତ୍ର ରିହାତି, ସ୍ୱଳ୍ପ ସମୟ ଅଫର, କୁପନ ଓ ଲକି ଡ୍ର ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ।
ଏହି ଉତ୍ସବ ପାଇଁ ଭିଭୋ ପକ୍ଷରୁ ବଜାର ଉପଲବ୍ଧ ସଦ୍ୟତମ ମଡେଲ ଜେଡ୧ପ୍ରୋ ଉପରେ ଆକର୍ଷଣୀୟ ରିହାତି ସହ ଏଚଡିଏଫସି କ୍ରେଡିଟ କାର୍ଡ ଓ ଇଏମଆଇ ଉପରେ ୫ ପ୍ରତିଶତ କ୍ୟାଶ୍ବ୍ୟାକ୍ ର ବ୍ୟବସ୍ଥା ହୋଇଛି । ଏତଦ୍ବ୍ୟତିତ ଗ୍ରାହକ ମାନେ ନେକ୍ସ, ଏକ୍ସ୨୧, ଭି୯, ଭି୮୩, ୱାଇ୭ଆଇ ଇତ୍ୟାଦି ମଡେଲ ଅଧା ମୂଲ୍ୟରେ ପାଇପାରିବେ । ଏହି ଉତ୍ସବରେ ସ୍ପିନ ଏଣ୍ଡ ୱିନରେ ଗ୍ରାହକ ମାନେ ୧୦୦୦ ଟଙ୍କାର କୁପନ ଏବଂ ଏକ ଯୋଡି ପାଇଁ ସିନେମା ଟିକେଟ ମଧ୍ୟ ପାଇପାରିବେ । ଏଥିରେ ଗ୍ରାହକ ମାନେ ୫୦୦ଟଙ୍କାର ଏକ୍ସଚେଞ୍ଜ ଅଫର ଏବଂ ୭୫୦ ଟଙ୍କାର କୁପନ ଅଗ୍ରଣୀ ମଡେଲ ଯଥା ଭି୧୫ପ୍ରୋ, ଭି୧୫, ୱାଇ୧୭, ୱାଇ୧୫, ୱାଇ୧୨ ଆଦିରେ ପାଇପାରିବେ । ଏହି ଫ୍ରିଡମ ର୍ଣ୍ଣିଭାଲ ରେ କ୍ରୟ ହୋଇଥିବା ସମସ୍ତ ଫୋନ ଉପରେ ୩୦ ଦିନିଆ ବଦଳ ସୁବିଧା ଏବଂ ନୋ କଷ୍ଟ୍ ଇଏମଆଇ ଉପଲବ୍ଧ ହେଉଛି ।ନିକଟରେ ଭିଭୋ ଇଣ୍ଡିଆ ପକ୍ଷରୁ ୧୧୯ ପ୍ରତିଶତ ଅଭିବୃଦ୍ଧିର ଘୋଷଣା କରାଯାଇଛି । ବିଗତ ୫ ବର୍ଷ ମଧ୍ୟରେ ଭିଭୋ ଭାରତରେ ଏକ ଶକ୍ତ ମୂଳଦୁଆ ପକାଇବା ସହ ଏକ ସଫଳ ବ୍ରାଣ୍ଡ ବନାଇବା ପାଇଁ ଉଗ୍ର ମାର୍କେଟିଙ୍ଗ ଏବଂ ଅଭିନବ ଯୋଜନା ମାନ ପାଳନ କରିଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ