ସୁରକ୍ଷାକର୍ମୀ ଙ୍କ ସହ ରାତ୍ରୀ ଭୋଜନ କଲେ ଅଜିତ
(ଯୁଗାବ୍ଦ ନ୍ୟୁଜ )ଭାରତ ଭୂସ୍ୱର୍ଗ କାଶ୍ମୀରକୁ ଧାରା ୩୭୦ ଉଚ୍ଚେଦ ହେବାପରେ କିଭଳି ଭାବେ କାଶ୍ମୀରରେ ଶାନ୍ତି ର ବାତାବରଣ ସୃଷ୍ଟି ହେବ ସେନେଇ ଦିନରାତି ଉଦ୍ୟମ କରତ୍ନ୍ି ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ । ସେ ଜାମ୍ମୁ ର ବିଭିନ୍ନ ଜିଲ୍ଲା କୁ ଗ୍ରସ୍ତ କରି ସୁରକ୍ଷା ସର୍ମ୍ପକରେ ବରିଷ୍ଠ ଅଧିକାରୀ ଙ୍କ ଠାରୁ ପଚାରିବୁଝୁଛନ୍ତି । ଏବେ ସୁଧା ସେଭଳି କିଛି ଆଇନ ବିଶୃଙ୍ଖଳା ର ଘଟିଥିବା ନଜର କୁ ଆସିନାହିଁ । କାଶ୍ମୀର ବର୍ତ୍ତମାନ ପରିସ୍ଥିତି ଶାନ୍ତ ଥିବା ସେ କହିଛନ୍ତି । ଅନ୍ୟପଟେ ଶ୍ରୀଡୋଭାଲ ସାଧାରଣ ଲୋକଙ୍କ ଠାରୁ ସୁବିଧା ଅସୁବିଧା ପଚାରି ବୁଝୁଛନ୍ତି ।ଗତକାଲି ଇଦ ପାଳନ ସମୟରେ ସୁରକ୍ଷା ସ୍ଥିତି ର ସମୀକ୍ଷା କରିଥିଲେ ଅଜିତ । ଏହା ପରେ ସେସମସ୍ତ ସୁରକ୍ଷା କର୍ମୀ ଙ୍କ ସହ ମିଶି ରାତ୍ରୀ ଭୋଜନ କରିଥିଲେ ।


