କାଞ୍ଚନ ଫାଉଣ୍ଡେସନ ତରଫରୁ ଡ଼ିୟର ଜିନ୍ଦେଗୀ ଅନୁଷ୍ଠିତ

ଭୁବନେଶ୍ୱର : କାଞ୍ଚନ ଫାଉଣ୍ଡେସନ, ଭୁବନେଶ୍ୱର ଏବଂ ଆଇଡ଼ଲ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଉକ୍ରଳ ରଙ୍ଗମଞ୍ଚଠାରେ ‘ଡ଼ିୟର ଜିନ୍ଦେଗୀ’ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କାଞ୍ଚନ ଫାଉଣ୍ଡେସନ ପ୍ରୟାସକୁ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥିଭାବେ ବେଗୁନିଆ ବୋଲଗଡ଼ର ବିଧାୟକ ରାଜେନ୍ଦ୍ର ସାହୁ ଯୋଗଦେଇ କାଞ୍ଚନ ଫାଉଣ୍ଡେସନ ଦ୍ୱାରା କରାଯାଇଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ । ସମ୍ମାନିତ ଅତିଥି ଭାବେ ସିନିୟର ମ୍ୟାନେଜର ଓଟିଭିର ଶ୍ୟାମପ୍ରସାଦ ମିଶ୍ର, ସମାଜସେବୀ ଶୁଭଶ୍ରୀ ଦାସ, ଗଦାଧର ଦାସ, ଷ୍ଟାଲିନ ପରିଜା, ଲକ୍ଷ୍ମଣ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ବିଧାନ ଚନ୍ଦ୍ର ମହାନ୍ତି, ଶିକ୍ଷାବିତ୍ ସତ୍ୟଜିତ୍ ରାୟଚୌଧୁରୀ, ସିନିୟର କୋରିଓଗ୍ରାଫର ଗୁରୁ ଉଦୟ ଶଙ୍କର ସ୍ୱାଇଁ, ଚଳଚ୍ଚିତ୍ର ପ୍ରଯୋଜକ ଅତିଶ କୁମାର ରାଉତ, କାଞ୍ଚନ ଫାଉଣ୍ଡେସନର ପରାମର୍ଶଦାତା ବିଧୁଭୂଷଣ ପଟ୍ଟନାୟକ, କବିତା ମଞ୍ଜରୀ ପରିଡ଼ା, ମାନସ ପଟ୍ଟନାୟକ, ସମୀର ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ । କାଞ୍ଚନ ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ର, ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ, ଆଇଡ଼ଲ ଓଡ଼ିଶାର ପ୍ରତିଷ୍ଠାତା ଅଶ୍ୱିନୀ ତ୍ରିପାଠୀ, ସହ ପ୍ରତିଷ୍ଠାତା ପ୍ରେରଣା ପ୍ରତୀକ୍ଷା କାର୍ଯ୍ୟକ୍ରମକୁ ପରି•ଳନା କରିଥିଲେ । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୫ ଜଣ ବ୍ୟକ୍ତିବିଶେଷ ସେମାନଙ୍କ ଜୀବନର ସଂଘର୍ଷପୂର୍ଣ୍ଣ କାହାଣୀ ବିଷୟରେ ଉପସ୍ଥିତ ଥିବା ଦର୍ଶକମାନଙ୍କ ଉପସ୍ଥିତିରେ ମତବ୍ୟକ୍ତ କରିଥିଲେ । ଉତ୍ସବରେ ଶୁଭୋଜିତ ପଣ୍ଡା ମଞ୍ଚ ପରି•ଳନା କରିଥିବା ବେଳେ ବିଶ୍ୱଜିତ୍ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରସିଦ୍ଧ ଡ୍ରମ ବାଦକ ଅଭିଶେକ ଏବଂ ଓଡ଼ିଆ କଣ୍ଠଶିଳ୍ପୀ ସଞ୍ôଚତା ଶୁଭଦର୍ଶିନୀଙ୍କ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବେଶ୍ ଖୋରାକ ଯୋଗାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ