ବିଧାୟକ ଓ ବିଡିଓଙ୍କ ସହଯୋଗରେ ବୃଦ୍ଧଙ୍କ ଶବ ସତ୍କାର ହେଲା

ଛତ୍ରପୁର, (ଓ୍ବାଇଏନ୍ଏସ୍):କରୋନା ମହାମାରୀ ଯୋଗୁଁ ଲୋକେ ମାନବିକତା ହରାଇବାକୁ ପଡ଼ୁଛି । ସାଧାରଣ ମୃତ୍ୟୁ ହେଲେ ମଧ୍ୟ ମରଶରୀରକୁ କାନ୍ଧ ଦେବା ପାଇଁ ଲୋକମାନେ ଆଗକୁ ଆସିବାକୁ ପଛାଉଛନ୍ତି । ଏଭଳି କରୋନା ଭୟାବହ ପରିସ୍ଥିତିରେ କିଛି ବ୍ୟକ୍ତିମାନଙ୍କ ମାନବିକତାକୁ ବାଦ୍ ଦେଇ ପାରିନାହିଁ । ଏପରି ଏକ ଘଟଣା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକ ଭୁଆଁଭୁଇଁ ଗ୍ରାମରେ ଦେଖିବାକୁ ମିଳିଥିଲା । ଗ୍ରାମର ଜନୈକ ବୃଦ୍ଧ ବ୍ୟକ୍ତିଙ୍କ କୌଣସି କାରଣ ଯୋଗୁଁ ଗତକାଲି ମୃତ୍ୟୁ ହୋଇଥିଲା । କିନ୍ତୁ ଶବ ସତ୍କାର ପାଇଁ ଗ୍ରାମର କୌଣସି ବ୍ୟକ୍ତି କରୋନା ଭୟରେ ସହଯୋଗ କଲେ ନାହିଁ । ଏହାର ଖବର ପାଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ବିଡିଓ ପ୍ରଦୀପ କୁମାର ପଣ୍ଡାଙ୍କ ସହଯୋଗରେ ସ୍ଥାନୀୟ ଅଂଳଚର କିଛି ଯୁବକ ପିପିଇ କିଟ୍ ପରିଧାନ କରି ପରିବାରବର୍ଗଙ୍କୁ ନିୟୋଜିତ କରି ବୃଦ୍ଧଙ୍କ ଶବକୁ ସତ୍କାର କରିଥିଲେ । ଏହି ପରିସ୍ଥିତିରେ ବିଧାୟକ ଓ ବିଡିଓଙ୍କ ସହଯୋଗରେ ଶବ ସତ୍କାର ହୋଇଥିବାରୁ ଅଂଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ନିର୍ବାଚନ ମଣ୍ଡଳୀର କୋଭିଡ୍ ଜନିତ ବିଭିନ୍ନ ସମସ୍ୟା ନେଇ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ଲୋକଙ୍କ ସହାୟତା କରିଆସୁଛନ୍ତି । କିଛି ଦିନ ତଳେ ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମର ଜଣେ ଯୁବକ କୁଏତରେ ମୃତ୍ୟୁବରଣ କରିଥିବାରୁ ତାଙ୍କ ମରଶରୀରକୁ କିପରି ନିଜ ଗ୍ରାମକୁ ଅଣାଯିବ, ସେଥିନିମନ୍ତେ ଶ୍ରମ ବିଭାଗ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଶବକୁ ଆଣିବାର ବ୍ୟବସ୍ଥା କରିଥିଲେ । କୋଭିଡ୍ ଜନିତ ବିଭିନ୍ନ ସ୍ଥିତିର ବିଧାୟକ ଶ୍ରୀ ବେହେରା ସମୀକ୍ଷା କରିିଆସୁଛନ୍ତି । ଏହାସହିତ ନିର୍ବାଚନ ମଣ୍ଡଳୀର ଲୋକମାନେ କିପରି ସୁରକ୍ଷିତ ରହିବେ, ଏଥିନିମନ୍ତେ ପୁଲିସ ଓ ପ୍ରଶାସନ ସହିତ ଆଲୋଚନା କରୁଛନ୍ତି । ଗତ କିଛିଦିନ ହେଲା ଛତ୍ରପୁର ଏନଏସିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପୁଲିସ ପ୍ରଶାସନର ମିଳିତ ଉଦ୍ୟମରେ ବିଭିନ୍ନ ପ୍ରବେଶ ପଥରେ ବ୍ୟାରିକେଟ ବାନ୍ଧି ସିଲ୍ କରାଯାଇଛି । ସହରର ଡିଆରଡିଏ ଛକଠାରେ ପ୍ରବେଶ ପଥ ରହିଥିବାବେଳେ ନୂଆବସଷ୍ଟାଣ୍ଡ ଛକଠାରେ ସହର ବାହାରକୁ ଯିବା ନିମନ୍ତେ ପ୍ରବେଶପଥ ରଖାଯାଇଛି । କିଛି ଖୁଚୁରା ବ୍ୟବସାୟୀ ଓ ଜରୁରୀ ମେଡିକାଲ ଯିବା ନିମନ୍ତେ ଏହି ଅସ୍ଥାୟୀ ଚେକପୋଷ୍ଟଗୁଡ଼ିକରେ ପୁଲିସର କଟକଣା ଜାରି ହୋଇଥିବାରୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ନେଇ ଛତ୍ରପୁର ବିଧାୟକ ସୋମବାର ପୁଲିସ ଓ ପ୍ରଶାସନ ଅଧିକାରୀମାନଙ୍କ ସହ ଆଜି ଆଲୋଚନା କରି ଡିଆରଡିଏ ଛକଠାରେ ରହିଥିବା ଅସ୍ଥାୟୀ ଚେକପୋଷ୍ଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଧରି ଯାଉଥିବା ବ୍ୟକ୍ତିମାନଙ୍କୁ ଛତ୍ରପୁରକୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବାକୁ କହିବା ସହ ଶାନ୍ତିନଗରଠାରେ ବିଭିନ୍ନ ଗ୍ରାମାଂଚଳରୁ ଆସୁଥିବା ଗୁରୁତର ରୋଗୀମାନେ କିପରି ଆମ୍ବୁଲାନ୍ସ ଯୋଗେ ମେଡିକାଲ ଯାଇପାରିବେ, ସେଥିନିମନ୍ତେ ଏଠାରେ ବ୍ୟାରିକେଟ୍ ହଟାଇ ଅସ୍ଥାୟୀ ଚେକପୋଷ୍ଟ ରଖି ଜରୁରୀ ଥିବା ବ୍ୟକ୍ତିମାନଙ୍କୁ ଛାଡ଼ିବା ନିମନ୍ତେ ବିଧାୟକ ଶ୍ରୀ ବେହେରା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ