ରାଇରଙ୍ଗପୁର ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଶତପ୍ରତିଶତ ସଫଳତା,ଜମୁନା ମୁର୍ମୁ ଶୀର୍ଷରେ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଓଡିଶା ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରର ଅଗ୍ରଣୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ଶତପ୍ରତିଶତ ସଫଳତା ହାସଲ କରି ରାଇରଙ୍ଗପୁର ଅଂଚଳର ଗୌରବକୁ ଦ୍ବିଗୁଣିତ କରିଛନ୍ତି ।୧୩୧ ଜଣ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ପରୀକ୍ଷାରେ A1-4ଜଣ,A2-11 ଜଣ,B1-27 ଜଣ,B2-34 ଜଣ,C-21ଜଣ,D-19 ଜଣ ଏବଂ E-15ଜଣ ଉତ୍ତିର୍ଣ ହୋଇଛନ୍ତି ।ଜମୁନା ମୁର୍ମୁ ଶତକଡା ୯୩, ଦେବଦତ୍ତ ଗିରି ଶତକଡା ୯୧.୦୩, ଦେବାଶିଷ ବାରିକ ଶତକଡା ୯୦.୦୧ ଏବଂ ରୁପାଲି ହେମ୍ବ୍ରମ ଶତକଡା ୯୦ ମାର୍କ ରଖି ବାମନଘାଟୀ ଉପଖଣ୍ଡର ଗୌରବ ବଢାଇଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ସଫଳତାରେ ଗୁରୁଜୀ , ଗୁରୁମା ଏବଂଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।ବାମନଘାଟୀ ଉପଖଣ୍ଡବାସୀ ବିଦ୍ୟାଳୟର ଗୁରୁଜୀ,ଗୁରୁମାଙ୍କ ଛାତ୍ର ଛାତ୍ରୀ ମାନଙ୍କୁ ସଠିକ୍ ମାର୍ଗଦର୍ଶନ, ଶିକ୍ଷା। ଦାନ ଯୋଗୁଁ ପିଲାମାନେ ସଫଳତା ର ଶୀର୍ଷରେ ପହଞ୍ଚିଥିବା ଯୋଗୁଁ କୃତଜ୍ଞତା ଜଣାଇଛନ୍ତି । ଦୁଇ ଜଣ ଆଦିବାସୀ ଛାତ୍ରୀ। ଶତକଡା ୯୦ ମାର୍କ ରଖି ରେକର୍ଡ କରିଛନ୍ତି । ପୁଅଙ୍କୁ ପଛାଆଇ ଝିଅ ଆଗରେ ଅଛନ୍ତି । ସରକାରୀ ସ୍କୁଲକୁ ପଛରେ ପକାଇ ବେସରକାରୀ ସ୍କୁଲ ରେକର୍ଡ କରିଛି ଯାହାକି ଚର୍ଚ୍ଚା ର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ