ମେଡିକାଲ ବାରଣ୍ଡାରେ ବସାଇ ମେଡିକାଲ କର୍ମଚାରୀ ଅକ୍ସିଜେନ ଦେଇଥିଲେ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲାରେ କରୋନା ବର୍ତ୍ତମାନ ବଢ଼ିବାରେ ଲାଗିଛି। ପ୍ରତିଦିନ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତେବେ ବ୍ରହ୍ମପୁର ମହାନଗର ନିଗମର କୁଠାରୀ ମନ୍ଦିର ସାହିର ଜଣେ ଯୁବକଙ୍କ ଗତ ୨୮ ତାରିଖରେ କରୋନାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ବିଶ୍ୱନାଥ ବେହେରା ଙ୍କ ଗତ ୨୯ରେ ସ୍ବାବ ସଂଗ୍ରହ କରାଯାଇଥିଲା। ସେ ରବିବାର ରାତିରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମ୍‌କେସିଜି ମେଡିକାଲର ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ବେଡ ନ ଥିବାରୁ ତାଙ୍କୁ ମେଡିକାଲ ବାରଣ୍ଡାରେ ବସାଇ ମେଡିକାଲ କର୍ମଚାରୀ ଅକ୍ସିଜେନ ଦେଇଥିଲେ । ଜଣେ କରୋନା ସନ୍ଦିଗ୍ଧଙ୍କୁ ଏଭଳି ଭାବେ ବାରଣ୍ଡାରେ ବସାଇ ଚିକିତ୍ସା କରିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛିି । ଏମ୍‌କେସିଜିରେ ଏଭଳି ଏକ ଅଭାବନୀୟ ଘଟଣା ସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି। ମେଡିକାଲରେ ରୋଗୀଙ୍କୁ ମାସ୍କ ମଧ୍ୟ ଦିଆ ଯାଉ ନ ଥିବାରୁ ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।ଏନେଇ ଏମ୍‌କେସିଜି ମେଡିକାଲ ଅଧିକ୍ଷକ ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି ଯେ, ମେଡିକାଲରେ ୮୦ ଶଯ୍ୟା ବିସିଷ୍ଟ ସଙ୍ଗରୋଧ କକ୍ଷ ରହିଛି । ଯୁବକ ଜଣକ ମେଡିକାଲରେ ପହଞ୍ଚିବା ବେଳକୁ ବେଡ ଖାଲି ନ ଥିଲା । ତେଣୁ ତାଙ୍କୁ କିଛି ସମୟ ପାଇଁ ବାରଣ୍ଡାରେ ଚିକିତ୍ସା କରାଯାଇ ପରେ ମେଡିକାଲ ପରିସରରେ ନିକଟରେ ଉଦ୍‌ଘାଟିତ ହୋଇଥିବା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ