ସଫେଇ କର୍ମଚାରୀଙ୍କ ସମସ୍ୟା ସମାଧାନ
ଜଗନ୍ନାଥପ୍ରସାଦ, (ସନ୍ତୋଷ କୁମାର ଜେନା):ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଜଗନ୍ନାଥ ପ୍ରସାଦ ମୁଖ୍ୟ ବଜାର।ବର୍ତ୍ତମାନ କୋଭିଡ-୧୯ର ଗଡ଼ କୁହାଯାଉଥିବା ଗଂଜାମ ଜିଲ୍ଲାର ଭଂଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକର ଜଗନ୍ନାଥପ୍ରସାଦ ଗ୍ରାମର ମୁଖ୍ୟ ବଜାର ପାଲଟିଛି ନର୍କ କୁଣ୍ଡ।କାରଣ ଆପଣ ଯେଉଁ ଠାରେ ଦେଖିବେ କେବଳ ମଇଳା ଆବର୍ଜନା।କରୋଣା ସଂକ୍ରମଣ ର ଏହି ସଂକଟମୟ ପରିସ୍ଥିତିରେ ପ୍ରଶାସନ ନିଜେ ସଫା ରହିବା ସହିତ ପରିବେଶ ସଫା ରଖିବାକୁ ଡେଙ୍ଗୁରା ପିଟୁଥିବା ବେଳେ ଜଗନ୍ନାଥ ପ୍ରସାଦ ମୁଖ୍ୟ ବଜାର ଏବେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଢାଙ୍କିହୋଇ ରହିଛି।ସଫେଇ କର୍ମଚାରୀ ମାନେ ଏପରି ପରିସ୍ଥିତିରେ ନିଜ ଜୀବନକୁ ପାଣି ଛଡେଇ ନିଜର ପେଟ ଗୁଜୁରାଣ ପାଇଁ କାମ କରୁଥିଲେ ମଧ୍ୟ ସେମାନଙ୍କର ଏହି କର୍ମ ଆମପାଇଁ ବାସ୍ତବରେ ସେବାର ରୂପ ନେଉଛି।ସଫେଇ କର୍ମଚାରୀ କହିବା ମତରେ ସେମାନେ ୨ ଗାଡି ମଇଳା ଆବର୍ଜନା ପାଇଁ ପାଉଛନ୍ତି ୫୦ ଟଙ୍କା ମାତ୍ର।ତାହାବି ସେମାନଙ୍କୁ ଠିକ ସମୟରେ ଦିଆଯାଉନାହିଁ।ଯାହାକି ସେମାନଙ୍କ ନିଜ ପେଟ ଗୁଜୁରାଣ ପାଇଁ ଭାରି ଅସୁବିଧା ହେଉଅଛି।ଏପଟେ ସଫେଇ କର୍ମଚାରୀଙ୍କୁ ଧମକ ଦେବା କଥାକୁ ସରପଞ୍ଚ ଖଣ୍ଡନ କରିବା ସହିତ ବଜାରର ସ୍ଥାୟୀ ପରିମଳ ପାଇଁ ସ୍ଥାନୀୟ ବିଡ଼ିଓଙ୍କ ସହ କଥା ହେବି ବୋଲି କହିଛନ୍ତି।


