ଚକ୍ରୋଡା ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ବିଡିଓ ସୁଧର କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସରପଂଚ ବସନ୍ତ କୁମାର ରାଉତ, ସମିତିସଭ୍ୟ ଶିବ ପ୍ରସାଦ ବିଶ୍ୱାଳ, ପଂଚାୟତ ନିର୍ବାହୀ ଅଧିକାରୀ ବାଉରୀବନ୍ଧୁ ପ୍ରଧାନ, ଅନ୍ତାଲୋ ଗ୍ରାମର ୱାର୍ଡସଭ୍ୟ ଜ୍ଞାନରଞ୍ଜନ ନାୟକ, ମନୋଜ କୁମାର ନାୟକ ପ୍ରମୁଖ ଯୋଗଦେଇ ଅନ୍ତାଲୋ ଗ୍ରାମ ଠାରୁ ଗୋବରୀ କେନାଲ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତାର ଉଭୟ ପାଶ୍ୱର୍ରେ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ