ସରକାରୀ ଚାଉଳ ବୋଝେଇ ଟ୍ରକ ଓଲଟିଲା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ବିପିଏଲ ଚାଉଳ ବୋଝେଇ ହୋଇ ଯାଉଥିବା ଓଆର ୦୨ ଡବଲଭି ୬୫୫୦ ମିନିଟ୍ରକ ବୁଗୁଡା ଥାନା ଅନ୍ତର୍ଗତ କଦମ ମଠ ନିକଟରେ ମଙ୍ଗଳବାର ଦବା ପ୍ରାୟ ୧୧ ଘଣ୍ଟା ସମୟରେ ମୁଖ୍ୟ ରାସ୍ତା ଉପରେ ଓଲଟି ପଡିଥିବା ଜଣାପଡିଛି। ବୁଗୁଡ଼ାରୁ ଚାଉଳ ବୋଝେଇ ହୋଇ ବି.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତକୁ ବିପିଏଲ ଚାଉଳ ଯାଉଥିବା ବେଳେ ପାଞ୍ଚାୟତ ଅଫିସର ପ୍ରାୟ ଏକ କିଲୋମିଟର ପୂର୍ବରୁ କଦମ ମଠ ନିକଟରେ ଟ୍ରକଟି ଆସିକା ନୟାଗଡ଼ ରାଜ୍ୟ ରାଜପଥ ଉପରେ ଓଲଟି ପଡିବା ଯୋଗୁଁ ଚାଉଳ ବସ୍ତା ଓ ଟ୍ରକ ସମ୍ପୂର୍ଣ୍ଣ ରାସ୍ତାକୁ ଅବରୋଧ କରିଥିଲା। ଯାହା ଫଳରେ କିଛି ସମୟ ପାଇଁ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ହୋଇ ଯାଇଥିଲା। ବୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରୁ ଦୁର୍ଘଟଣା ଘଟିଥିବା ଗାଡିକୁ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। ଏହି ଦୁର୍ଘଟଣାରେ ଗାଡ଼ିରେ ଯାଉଥିବା ଦୁଇଜଣ ଶ୍ରମିକ ବଂଶୀଧର ପରିଡା ଓ ଅର୍ଜୁନ ରେଡ୍ଡୀ ଆହତ ହୋଇ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ