କରୋନା ଯୋଦ୍ଧା ମନୋଜଙ୍କ ଏକାଦଶାହ ସ୍ମୃତି ସଭା ଅନୁଷ୍ଠିତ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ଅଞ୍ଚଳର ସୁଯୋଗ୍ୟ ସନ୍ତାନ, କରୋନ ଯୋଦ୍ଧା ତଥା ଧୁମୁଛାଇ ପଞ୍ଚାୟତ ସରପଞ୍ଚ ସ୍ୱର୍ଗତ ମନୋଜ ପ୍ରଧାନଙ୍କ ଏକଦଶାହ ତିଥି ଅବସରରେ ଧୁମୁଛାଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ମୃତଚାରଣସଭା ଭାରପ୍ରାପ୍ତ ସରପଞ୍ଚ ରାଜକୁମାରୀ ଦଳବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ତଥା ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ ବେଲଗୁଣ୍ଠା ମାଟି ମନୋଜଙ୍କ ବଳିଦାନ କୁ ସର୍ବଦା ମନେରଖିବ ଏବଂ ତାଙ୍କ ସେବା ମନୋଭାବ,ଉତ୍ସର୍ଗୀକୃତ କର୍ତ୍ତବ୍ୟନିଷ୍ଠ ଜୀବନ ପାଇଁ ତାଙ୍କୁ ଆଗାମୀ ପିଢ଼ି ମନେରଖିବ ବୋଲି କହିଥିଲେ ।ଧୁମୁଛାଇ ପଞ୍ଚାୟତକୁ ଶ୍ରେଷ୍ଠ ପଞ୍ଚାୟତ ରୁପେ ପରିଗଣିତ କରି ମନୋଜଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବା ପାଇଁ ଶ୍ରୀ ନାୟକ ସମସ୍ତଙ୍କ ସହଯୋଗ ଲୋଡିଥିଲେ ।ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ନ ଆସିପାରିବାରୁ ସେ ସମବେଦନା ବାର୍ତ୍ତା ପଠାଇଛନ୍ତି ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ ।ସେ ଜଣେ କର୍ମଠ ସରପଞ୍ଚ ହେବାସହ ଜଣେ ଉତ୍ତମ ବ୍ୟକ୍ତି ଥିଲେ ବୋଲି ଅତିଥି ମାନେ ତାଙ୍କର ସ୍ମୃତଚାରଣ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।ତାଙ୍କ ବିୟୋଗରେ ଆମ।ଅଞ୍ଚଳ ପାଇଁ ଏକ ଶୁନ୍ୟ ସ୍ଥାନ ସୃଷ୍ଟି କଲା ବୋଲି ମତପ୍ରକାଶ ପାଇଥିଲା ।ବିପ୍ର ଚରଣ ରାଉତ,ଚୁଡଙ୍ଗ ସ୍ୱାଇଁ,ମଧୂସୁଦନ ମହାନ୍ତି,ରମେଶ ଦଳବେହେରା,ରଞ୍ଜିତ ପାଳ,ଜୟ ଡାକୁଆ,ଦେବରାଜ ପୋଲାଇ,ତ୍ରିନାଥ ନାୟକଙ୍କ ସହ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ,ସଭ୍ୟା ଯୋଗ ଦେଇଥିଲେ ।ଶେଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭଞ୍ଜନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ