ଇଶଳା ନିକଟରୁ ୩୫ଲିଟର ମଦ ଜବତ, ଜଣେ ଗିରଫ

ହାଟଡିହି, (ଓ୍ବାଇଏନ୍ଏସ୍):ନନ୍ଦିପଦା ପୁଲିସ ହାଟଡିହି-ସମଣା ରାସ୍ତାର ଇଶଳା ଗାଁ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହିତ ଜଣେ ଚୋରା ମଦ ବ୍ୟବସାୟୀକୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି।ଖବରରୁ ଜଣାଯାଇଛି ଯେ ଟୁକୁଣା ବଜାରରେ ଚୋରା ମଦବ୍ୟବସାୟ ବୃଦ୍ଧି ପାଇବା ଯୋଗୁଁ ଅନେକ ସମୟରେ ସେଠାରେ ଆଇନିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିଲା।ସନ୍ଧ୍ୟା ହେଲେ ମଦ୍ୟପ ମାନଙ୍କ ଉତ୍ସୃଙ୍ଖଳା ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ନନ୍ଦିପଦା ପୁଲିସ ପେଟ୍ରୋଲିଂ କରିବା ସମୟରେ ଟୁକୁଣା ବଜାରରେ ଚୋରା ମଦ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀ ବାଇକରେ ବିଦେଶୀ ମଦ ବୋଝେଇକରି ଯାଉଥିବାବେଳେ ପୁଲିସ ତାକୁ ଧରି ତା ନିକଟରୁ ୩୫ଲିଟରରୁ ଉର୍ଦ୍ଧ ବିଦେଶୀ ମଦ ଜବଦ କରିବା ସହିତ ବାଇକଟିକୁ ଜବଦ କରିଥିଲେ । ଏହି ଘଟଣାରେ ଚକ୍ରଧର ରାଉତ ନାମକ ଜଣେ ଯୁବକକୁ ଗିରଫ କରିକୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ