ସ୍ୱାତୀର ସମ୍ପାଦକ ହରିଶଙ୍କରଙ୍କ ପିତୃ ବିୟୋଗ

ଫୁଲବାଣୀ, (ସୁନିଲ କୁମାର ବେହେରା):ସ୍ୱାତୀ ଅନୁଷ୍ଠାନ ର ସଂମ୍ପାଦକ ହରିଶଙ୍କର ରାଉତଙ୍କ ବାପା ସ୍ୱର୍ଗତ କାହ୍ନୁ ଚରଣ ରାଉତ ମଙ୍ଗଳବାର ଅଗଷ୍ଟ ଚାରି ତାରିଖ ସକାଳୁ ୮୬ ବର୍ଷ ବୟସରେ ବ୍ରହ୍ମପୁର ସ୍ଥିତ ନିଜ ବାସ ଭବନରେ ଇହଲିଳା ସମ୍ବରଣ କଲେ। ମୃତ୍ୟୁ ବେଳକୁ ତାଙ୍କ ପାଖରେ ଦୁଇ ଝିଅ ଓ ହରି ଶଙ୍କରଙ୍କ ମାଆ ଉପସ୍ଥିତ ଥିଲେ।ଖବର ପାଇ ହରିଶଙ୍କର ଫୁଲବାଣୀ ରୁ ଯାଇ ଦିନ ଦଶଟା ବେଳକୁ ବ୍ରହ୍ମପୁର ରେ ପହଞ୍ଚି ବାରଟା ବେଳେ ଅନ୍ତେଷ୍ଟିକ୍ରିୟା କରିଥିଲେ।ହରିଶଙ୍କର ଙ୍କ ବାପା ୧୯୩୪ ମସିହା ନଭେମ୍ବର ପନ୍ଦର ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ଓଡିଶା ପ୍ରଶାସନିକ ସେବା ର ଅଧିକାରୀ ଭାବେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ନଭେମ୍ବର ୧୯୯୨ ରେ ଅବସର ଗ୍ରହଣ କରିଥିଲେ।ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଅଵସ୍ଥା ରେ ସାମାନ୍ୟ ଅବନତି ଘଟିଥିଲା। ଡାକ୍ତର ଙ୍କ ପରାମର୍ଶ ରେ ଘରେ ରହି ଔଷଧ ଖାଉଥିଲେ।ଖବର ପାଇ ହରିଶଙ୍କର ଙ୍କ ବଡ ଭାଇ କଲିକତାରୁ ଆସୁଛନ୍ତି।ଫୁଲବାଣୀ ସ୍ୱଛାସେବୀ ମହାସଂଘ, ପିଏଜି,କନ୍ଧମାଳ ପକ୍ଷରୁ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର କୁ ଧର୍ଯ୍ୟ ଓ ଶକ୍ତି ଦେବାକୁ ଭଗବାନଙ୍କୁ ପ୍ରାର୍ଥନା କରାଯାଇଛି।ପିଏଜି ସଦସ୍ୟ ମାନଙ୍କ ମଧ୍ୟରେ ସଭାପତି ରବୀନ୍ଦ୍ର କୁମାର ପଣ୍ଡା,ଆବାହକ ଅଶୋକ ପରିଡାଙ୍କ ସମେତ ରାମଚନ୍ଦ୍ର ଦାଶ,ଉସ୍ରବ ଜେନା,କୈଳାସ ଦଣ୍ଡପାଟ, ମଦନ ସୁଆଳସିଂ, ଲିଙ୍ଗରାଜ ପ୍ରଧାନ, ଭଗବାନ ଜେନା, ଅମିତ ନାୟକ,ଚନ୍ଦ୍ର କାନ୍ତ ନାୟକ,ସୁକାନ୍ତ ନାୟକ,ପ୍ରଦୀପ ଦାସ,ନବୀନ ନାୟକ,ରାଜକୁମାର ବେହେରା,ବୈଦ୍ୟନାଥ ଖଟୁଆ,ଶଶାଙ୍କ ଶେଖର ସାହୁ,ରବିନ୍ଦ୍ର ସାହୁ,ଶାନ୍ତନୁ ମିଶ୍ର ପ୍ରମୁଖ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ୱାତୀ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ