ଯୁବକ ଙ୍କ ମୃତ ଶରୀର ଉଧାର
ସୋରଡା,(ର ଜନୀକାନ୍ତ ମହାପାତ୍ର):ସୋରଡା ଜଳଭଣ୍ଡାର ରୁ ଥାନାଧିକାରୀ ରମେଶ କୁମାର ପ୍ରଧାନ ଙ୍କ ଉପାସ୍ତିତିରେ ଦମକଳ ବାହିନୀ ଜଣେ ଯୁବକର ମୃତଦେହ ଉଧାର କରିଛି । ଯୁବକ ଜଣକ ହେଲେ ବରାଡି ସାହି ର ବିଜୟ କୁମର ତିଆଡି ଙ୍କ ଭାଇ ନନ୍ଦନ ତିଆଡି (୨୮) । ବୁଧବାର ଦିନ ନନ୍ଦନ ଅପରାହ୍ନ ୨ ଟାରେ ସାଇକେଲ ଧରି ଘରୁ ବାହାରିଥିଲା । ରାତି ରେ ଘରକୁ ନ ଫେରିବାରୁ ଘର ଲୋକେ ଚାରିଆଡେ ଖୋଜା ଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଗୁରୁବାର ଜଲଭଣ୍ଡାର ରେ ଶବ ଭାସୁଥିବା ଖବର ପାଇ ଥନଧିକାରୀ ଶ୍ରୀ ପ୍ରଧାନ ପହଞ୍ଚି ଶବ ଜବତ କରିଥିଲେ । ମୃତକର ଭାଇ ବିଜୟ କହିବା ଅନୁସାରେ ନନ୍ଦନ ଭାରି ଶାନ୍ତ ଭଦ୍ର ସ୍ଵଭାବର ଥିଲା । ପାରିପାର୍ଶ୍ଵିକ ସ୍ଥିତି ରୁ ଏହା ଆତ୍ମହତ୍ୟା ବୋଲି ଜଣା ପଡୁଛି । ତେବେ ନନ୍ଦାନ କାହିଁକି ଆତ୍ମହତ୍ୟା କଲା ତାହା ସ୍ପଷ୍ଟ ହୋଇପାରିନି । ଶୁକ୍ରବାର ଶବ ବ୍ୟବଛେଦ ହେବ ବୋଲି ଜଣାପଡିଛି


