ମାସ୍କ ଠିକ ଭାବେ ନ ପିନ୍ଧି ୪୨୦୦ ତଣ୍ଡ ଗଣିଲେ ଅମାନିଆ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଅଗଷ୍ଟ ୧ ତାରିଖ ଠାରୁ କାରୋନା କଟକଣା କିଛି ମାତ୍ର ରେ କୋହଳ ହୋଇଥିଲେ ମଧ୍ୟ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୁରତ୍ଵ ନିୟମ କୁ କଡାକଡି କରାଯାଇଛି ।କୌଣସି ବ୍ୟକ୍ତି ଏହାକୁ ଅମାନ୍ୟ କଲେ ଜୋରିମାନା ଅଦାୟ କରିବା ପାଇଁ ସ୍ଥାନୀୟ ପ୍ରଶାସନ କୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।ତେଣୁ ବେଲଗୁଣ୍ଠାରେ ମଧ୍ୟ ଏହି ନିୟମ କୁ କଡାକଡି କରିବା ସହ ନିୟମିତ ଭାବରେ ଯାଞ୍ଚ କଡାକଡି କରାଯାଉଛି ।ଆଜି ସ୍ଵତନ୍ତ୍ର ଏଡିଏମ ବିଶାଳ ସିଂ,ବେଲଗୁଣ୍ଠା ଏନ.ଏ.ସି. ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର,ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରମୁଖ ବେଲଗୁଣ୍ଠା ମୁଖ୍ୟ ରାସ୍ତା –ଜଗନ୍ନାଥ ପ୍ରସାଦ ଛକ ନିକଟ ରେ ବବ୍ଲକିଂ କରି ମାସ୍କ ଠିକ ଭାବେ ନ ପିନ୍ଧିଥିବା ୨୧ ଜଣ ବ୍ୟକ୍ତିଙ୍କ ଠାରୁ ୪୨୦୦ ଟଙ୍କା ଜୋରିମାନା ଅଦାୟ କରିଛନ୍ତି । ମାସ୍କ ଥାଇ ମଧ୍ୟ ଠିକ ରୂପେ ନ ପିନ୍ଧି ବେକ ତଳକୁ ପିନ୍ଧିଥିବା ଏବଂ ରୁମାଲ କୁ ନାକ ରେ ଗୁଡାଇ ମାସ୍କ କରି ପିନ୍ଧିଥିବା ବ୍ୟକ୍ତି ଙ୍କୁ ସ୍ଵତନ୍ତ୍ର ଏଡିଏମ ଶ୍ରୀ ସିଂ କାରୋନା ପାଇଁ ସଚେତନ କରାଇବା ସହ ମାସ୍କ ଠିକ ଭାବେ ପିନ୍ଧିବା ଏବଂ ରୁମାଲ ବ୍ୟବହାର ନ କରି କପଡା ମାସ୍କ କିଣି ପିନ୍ଧିବା ପାଇଁ କହିଥିଲେ ।ଏଥିରେ ହାବିଲଦାର ବିଶ୍ଵନାଥ ବିଶ୍ଵାଳ,ଏନ.ଏ.ସି. କର୍ମଚାରୀ ସୁଶାନ୍ତ ମିଶ୍ର ଓ ବାବୁଲା ଗୌଡ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ