ବ୍ରହ୍ମପୁର ପୋଲିସର ସେରୋଲୋଜିକଲ ଟେଷ୍ଟ

ବ୍ରହ୍ମପୁର,(ରାଜେଶ କୁମାର ପଟନାୟକ):ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର‌୍ୟ୍ୟରତ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କର ଗୁରୁବାର ସେରୋଲୋଜିକଲ ଟେଷ୍ଟ ସ୍ଥାନୀୟ ଆମ୍ବପୁଆ ରିଜର୍ଭ ପଡିଆରେ ଏସ୍‌ପି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏସ୍‌ପି ପିନାକ ମିଶ୍ର ଓ ତାଙ୍କ ସ୍ତ୍ରୀ ଡା. ସାରା ମିଶ୍ର ପ୍ରଥମେ ରକ୍ତ ଦେଇଥିଲେ। ଏହାପରେ ଜିଲ୍ଲାରେ କାର‌୍ୟ୍ୟରତ ୨ ଅତିରିକ୍ତ ଏସ୍‌ପି, ଡିଏସ୍‌ପି, ଏସ୍‌ଡିପିଓ, ସମସ୍ତ ଥାନାଧିକାରୀଙ୍କ ସମେତ ପ୍ରାୟ ୨୩୦ଜଣ ଏଥିରେ ରକ୍ତ ଦେଇଥିଲେ। ଭୁବନେଶ୍ୱର, ପୁରୀ ପରେ ବ୍ରହ୍ମପୁର ମହାନଗର ନିଗମରେ ୫ଦିନିଆ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି। ଗତ ୩ତାରିଖରୁ ଏହି ସର୍ଭେ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ୱାର୍ଡରେ ଆରମ୍ଭ ହୋଇଛି। ମହାନଗର ନିଗମର ୪୦ ୱାର୍ଡ ଅଞ୍ଚଳରୁ ବିଏମ୍‌ସି ଓ ଭୁବନେଶ୍ୱର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏହି ସର୍ଭେ କରାଯାଉଛି। ପ୍ରତ୍ୟେକ ଦିନ ୧୦ ୱାର୍ଡରେ ସର୍ଭେ ଚାଲୁ ରହିଛି। ପ୍ରତି ୱାର୍ଡରେ ଥିବା ଔଷଧ ଦୋକାନୀ, ବ୍ୟବସାୟିକ ପ୍ରତିଷ୍ଠାନ ଓ କରୋନା ମୁକାବିଲାରେ ଆଗଧାଡିରେ ରହୁଥିବା ବ୍ୟକ୍ତିବିଶେଷ ଏଭଳି ୫୦ଜଣଙ୍କ ସର୍ଭେ କରାଯାଉଛି। ନିଗମ ଅଞ୍ଚଳରୁ ପ୍ରାୟ ୨୫୦୦ ରକ୍ତ ନମୁନା ସଂଗ୍ରହ କରିବା ପାଇଁ ବିଏମ୍‌ସି ଲକ୍ଷ୍ୟ ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ