ସାନଖେମୁଣ୍ଡି ବ୍ଲକ ସମୁଖରେ ପ୍ରବାସୀ ଓଡ଼ିଆଙ୍କର ଗଣଧାରଣା
ସାନଖେମୁଣ୍ଡି/ (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ କୁ ଆସିଥିବା ପ୍ରବାସୀ ଓଡ଼ିଆଙ୍କର ପରିସ୍ଥିତି ବହୁତ ଦୟନୀୟ | ସେମାନେ ବର୍ତମାନ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି |ଅର୍ଥ ଅଭାବ ସାଙ୍ଗକୁ କାମଧନ୍ଦା ନାହିଁ, ଚଳିବା କଷ୍ଟକର ହୋଇପଡିଛି |କୋରନା ଭୟରେ ବାହାର ରାଜ୍ୟ କର୍ମ ସ୍ଥଳ କୁ ଛାଡି ନିଜ ଭିଟା ମାଟି କୁ ଆସି ସରକାରଙ୍କର ନିୟମ ଅନୁସାରେ ଚଉଦ ଦିନ ସଙ୍ଗରୋଧ ରେ ରହି ଶେଷରେ ସରକାରଙ୍କର ୨୦୦୦ ଟଙ୍କା ପ୍ରୋଛାନ ଅର୍ଥ ରାଶି ପ୍ରଦାନରେ ବିଳମ୍ବକୁ ପ୍ରତିପାଦନ କରି ଗୁରୁବାର ମାଧ୍ୟାନରେ ସାନଖେମୁଣ୍ଡି ବ୍ଲକସମୁଖରେ ଚିନ୍ମୟ ରେଡି ଙ୍କର ନେତୃତ୍ୱରେ ଡେଂଗାଡ଼ି ପଞ୍ଚାୟତ ଚୁଡ଼ଙ୍ଗପୁର ,ରାମଚନ୍ଦ୍ରପୁର ,ଗୌତମୀ ,ପାଟପୁର ,ଏସ,ଗୋପାଳପୁର ,ସୁଢ଼ମାରି ପଞ୍ଚାୟତ ର ପ୍ରବାସୀ ମାନେ ମାସ୍କ ପିନ୍ଧି ସାମାଜିକ ଦୂରତା ରଖି ଧାରଣା ଦେଇଥିଲେ |ଏନେଇ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ପ୍ରବାସୀ ଓଡ଼ିଆ ମନାକର ସହ ଆଲୋଚନା କରି ,ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତନଙ୍କୁ ପ୍ରୋଛାହନ ରାଶି ଦିଆଯିବ||ଏନେଇ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ସାନଖେମୁଣ୍ଡି ବ୍ଲକ କୁ୧୦.୮୦୦ ଜଣ ପ୍ରବାସୀ ଆସିଛନ୍ତି |ସେଥିମଧ୍ୟରୁ ୯୦୪୦୭ ଜଣଙ୍କୁ ୨୦୦୦ ଟଙ୍କା ଦିଆଯାଇଛି |କେତେକ ପଞ୍ଚାୟତରେ ପି .ଇ.ଓ ଙ୍କୁ କୋରନା ଭୟରେ ସଙ୍ଗରୋଧ ରେ ରଖାଯାଇଛି |ତେଣୁ ବିକଳ୍ପ ବ୍ୟବସ୍ତା କରି ଯଥାଶୀଘ୍ର ପ୍ରାପ୍ତି ପ୍ରଦାନ ଚେଷ୍ଟା କରୁଛୁ | ବିଡ଼ିଓଙ୍କ ଠାରୁ ସନ୍ତୋଷ ଜଣକ ବାର୍ତା ମିଳିବା ପରେ ପ୍ରବାସୀ ଓଡ଼ିଆମାନେ ଧାରଣାରୁ ଉଠିଥିଲେ |


