ରାଜନୀତି ବିଭାଗ ପ୍ରାଧ୍ୟାପକଙ୍କ ପତ୍ନୀ ଦେହାନ୍ତ

ଛତ୍ରପୁର,(ଓ୍ବାଇଏନ୍ଏସ୍) : ଗଞ୍ଜାମ ମହାବିଦ୍ୟାଳୟର ରାଜନୀତି ବିଭାଗର ପ୍ରାଧ୍ୟାପକ ତଥା ଛତ୍ରପୁର ସହର ବିଦ୍ୟାଧର ନଗର ସାହିବାସିନ୍ଦା ଅମର ପ୍ରସାଦ ବିଷୋୟୀଙ୍କ ଧର୍ମପତ୍ନୀ ରାଜଦୁଲାରୀ(୫୦)ଙ୍କ ଦେହାନ୍ତ ହୋଇଛି । ପ୍ରାଧ୍ୟାପକ ଶ୍ରୀ ବିଷୋୟୀଙ୍କ ପତ୍ନୀ ଆଜି ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଭୁବନେଶ୍ୱର ନିଆଯାଉଥିବା ବେଳେ ବାଲୁଗାଁ ଠାରେ ତାଙ୍କରି ପ୍ରାଣବାୟୁ ଚାଲି ଯାଇଥିଲା । ସେ ଜଣେ ମେଳାପୀ, ପରୋପକାରୀ, ମିଷ୍ଟାଭାସି ରୂପେ ବେଶ୍ ପରିଚିତ । ତାଙ୍କର ହଠାତ୍ ମୃତ୍ୟୁକୁ ନେଇ ସହଜରେ କେହି ବିଶ୍ୱାସ କରିପାରୁନଥିବା ବେଳେ ବିଭିନ୍ନ ମହଲରେ ଶୋକରଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ