ସ୍ୱାୟତ୍ତ ଶାସନ ଦିବସ ପାଇଁ ସଙ୍ଗୀତ ପ୍ରତିଯୋଗିତା
ବ୍ରହ୍ମପୁର,(ସୁଦିପ କୁମାର ସାହୁ): ବ୍ରହ୍ମପୁର ମହାନଗର ନିଗମ ତରଫରୁ ଅଗଷ୍ଟ ୩୧ ତାରିଖରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ । ଏହି ପରିପେକ୍ଷୀରେ ମହାନ୍ ଗରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବହୁ ପ୍ରତି ଯୋଗିତା ଆୟୋଜିତ୍ ହେଉଅଛି ।ନିଗମ ସମ୍ମିଳନୀ କକ୍ଷରେ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଚାରକ ରୂପେ ସଙ୍ଗୀତ ନିର୍ଦ୍ଦେଶକ ଅଶ୍ୱିନୀ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ତଥା କଣ୍ଠ ଶିଳ୍ପୀ ସୁଦୀପ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।ଡେପୁଟୀ ମେୟର ବିବେକ ରେଡ୍ଡୀ, ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା, ସହକାରୀ କମିଶନର ବିଶାଲ ଗୌରବ ମଲିକ୍ ଙ୍କ ସମେତ ଜୟଶ୍ରୀ ପାଣିଗ୍ରାହୀ, କବିତା ରାଣୀ ପାତ୍ର, ଗୀତାଞ୍ଜଳି ସାମନ୍ତରାୟ, ସ୍ମିତା ଦାସ, ସୋନମ ମାଝୀ, ସ୍ନେହଲତା ମହାରଣା, ସୁଶ୍ରୀ ରଣା ଓ ଦ୍ବାରିକାନାଥ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଜୁନିଅର ଓ ସିନିୟର୍ ବିଭାଗ ରେ ଏପରି ସଙ୍ଗୀତ ପ୍ରତି ଯୋଗିତା ଅନୁଷ୍ଟିତ ହୋଇଥିଲା ।ଏହି ପ୍ରତିଯୋଗିତାର କୃତୀ ପ୍ରତି ଯୋଗୀ ମାନଙ୍କ ନାମ ଶେଷରେ ଘୋଷଣା କରାଯାଇଥିଲା । ଆଗାମୀ ସ୍ୱାୟତ୍ତ ଶାସନ ଦିବସରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ମହାନଗର ନିଗମ ତରଫରୁ ସୂଚନା ଦିଆଯାଇଛି ।


