ଜାଗ୍ରତ କନ୍ଧମାଳ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ପାଳନ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା): ଆଜି ଜାଗ୍ରତ କନ୍ଧମାଳ ପକ୍ଷରୁ ଖଜୁରିପଡା ବ୍ଲକ ର ପିରିକୁଡ଼ି ଗ୍ରାମପଞ୍ଚାୟତ ର ବେଡାଙ୍ଗପାଜୁ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି।ଏଥିରେ ଗ୍ରାମର ସମସ୍ତ ପୁରୁଷ ଓ ମହିଳା ମାନେ ଯୋଗୋ ଦେଇଥିଲେ।ସମସ୍ତେ ମାସ୍କ ପିନ୍ଧି ସାନିଟାଏଜର ସହିତ ଆଦିବାସୀ ଏକତା ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲେ।ଆଦିବାସୀ ମାନଙ୍କ ପରମ୍ପରା, ସଂସ୍କୃତି, ଏବଂ ଆଦିବାସୀ ହରିଜନ ସାହୁ ପରଜା ର ସମ୍ପର୍କ କୁ ବଜାୟ ରଖିବା ବୋଲି ସ୍ଲୋଗାନ ଦେଇଥିଲେ। ସଂଗଠନ ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ସତ୍ୟ ନାରାୟଣ ବେହେରା ଓ ସମ୍ପାଦକ ବିଚିତ୍ର ବିର୍ଜ ପ୍ରଧାନ ଙ୍କ ନେତୃତ୍ୱରେ ଏହି କାର‌୍ୟ୍ୟକ୍ରମ ଟି ହୋଇଥିଲା। ଏଥିରେ କୈଳାଶନି ପ୍ରଧାନ, ୱାଡ଼ମେମ୍ବର ସବିତା ପ୍ରଧାନ, ଲୀଳା ବତୀ ପ୍ରଧାନ, ପୂର୍ବତନ ସରପଞ୍ଚ କୁମୁଦ ଚନ୍ଦ୍ର ପ୍ରଧାନ,ବିଭୁତି ପ୍ରଧାନ,ଦୀପକ ପ୍ରଧାନ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ