ଯୁବକଙ୍କୁ ଆକ୍ରମଣ ଘଟଣାରେ ୫ ଗିରଫ

କୁକୁଡାଖଣ୍ଡି ,(ଯୁଗାବ୍ଦ ନ୍ୟୁଜ୍); ନିମଖଣ୍ଡି ଫାଣ୍ଡି ଥାନା ଅନ୍ତର୍ଗତ ହୁଗୁଳାପଟା ଗ୍ରାମରେ ମଙ୍ଗଳବାର ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ସଦରଥାନା ପୋଲିସ ଗୁରୁବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି୍ଥିବା ବେଳେ ନିମଖଣ୍ଡି ଫାଣ୍ଡି ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି । ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ମାନଙ୍କ ପରିଚୟ ସୂର୍ଯ୍ୟନାରାୟଣ ଗୈାଡଙ୍କ ପୁଅ ଅନିଲ ଗୈାଡ(୨୪) ଅଶୋକ ଗୈାଡ (୨୩) ମାଙ୍ଗୁ ଗୈାଡ (୬୦) ଓ ମାଙ୍ଗୁଙ୍କ ୨ ପୁଅ ଗାଣ୍ଡୁ ଗୈାଡ (୨୩) କାଳିଆ ଗୈାଡ (୨୪) ବୋଲି ଜଣାପଡିଛି ।ମିଳିଥିବା ସୂଚନା ଅନୁଯାୟୀ ହୁଗୁଳା ପଟା ଗ୍ରାମର ରିଙ୍କୁ ମହାରଣା ନିକଟସ୍ଥ ଦୋକାନକୁ ଯାଉଥିବା ସମୟରେ ସୂର୍ଯ୍ୟନାରାୟଣ ଗୈାଡ ରିଙ୍କୁ କୁ ଗାଳିଗୁଳଜ କରିଥିଲେ । ଏହା ପରେ ସୂର୍ଯ୍ୟଙ୍କ ପୁତୁରା ପାଠାଗାର କାମ ବନ୍ଦ ନକରିଲେ ଟଙ୍କା ଦେବାକୁ କହିବା ସହ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ମାଡ ମାରିଥିଲେ । ଏନେଇ ରିଙ୍କୁ ସଦରଥାନାରେ ଏତଲା ଦାୟର କରିଥିଲେ । ଏହା ପରେ ରିଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିସ୍ରିତ ହେଉଥିବା ଜଣାପଡିଛି । ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ