ଆଜିସୁଦ୍ଧା ଓପିଡି ଖୋଲା ହୋଇପାରିଲା ନାହିଁ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ସମେତ ଦକ୍ଷିଣ ଓଡିଶାର ମାଲକାନଗିରି ଠାରୁ ପୁରୀର କୃଷ୍ଣପ୍ରସାଦ ଯାଏଁ ସ୍ୱାସ୍ଥ୍ୟ ସେବାର କଥା ଉଠିଲା କ୍ଷଣି ମନେପଡେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକେଲ କଲେଜ ହସ୍ପିଟାଲ ବା ବ୍ରହ୍ମପୁର ବଡ ମେଡିକେଲ। କରୋନା ର ସଂକ୍ରମଣ ନାମରେ ବ୍ରହ୍ମପୁର ଏମକେସିଜି ବିଗତ ୧ମାସ ବିତିଯାଇଥିଲେ ମଧ୍ୟ ଆଜିସୁଦ୍ଧା ଓପିଡି ଖୋଲା ହୋଇପାରିଲା ନାହିଁ। ବହୁ ସମସ୍ୟା ଭୁବନେଶ୍ୱର ମହଲରେ ପହଞ୍ଚିଲା ପରେ ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଶ୍ରୀ ମହାପାତ୍ର ଯାଇ ଅନେକ ଅବ୍ଯବସ୍ଥାର ସୂଚନା ପାଇଥିଲେ। ବିଭିନ୍ନ ବିଭାଗର ଡାକ୍ତରମାନଙ୍କ ସହ ମଧ୍ୟ ଆଲୋଚନାକରି ପରବର୍ତ୍ତି କ୍ଷେତ୍ରରେ ଓପିଡି ଖୋଲିବା ନେଇ ଆଭାଷ ଦେଇଥିଲେ। ପରବର୍ତ୍ତୀ କ୍ଷେତ୍ରରେ ୦୬/୦୮/୨୦୨୦ ରେ ୮ଟି ବିଭାଗର ମୁଖ୍ୟ ସମେତ ଅଧ୍ଯକ୍ଷ ଓ ଉପାଧ୍ଯକ୍ଷଙ୍କ ଉପସ୍ଥିତିରେ ଓପିଡି ଖୋଲିବା ନିଷ୍ପତ୍ତି ଗ୍ରହଣ କରିବା ସଂପର୍କରେ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଆଜି ସୁଦ୍ଧା କେଉଁ ଉଦ୍ଦେଶ୍ଯରେ ଲକ୍ଷଲକ୍ଷ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ନଦେବା ଦୁର୍ଭାଗ୍ୟ। ରାଜନୈତିକ ଦୃଷ୍ଟିକୋଣରେ ମୂଖ୍ଯମନ୍ତ୍ରୀ,ବାଚସ୍ପତି, ଜଙ୍ଗଲ ମନ୍ତ୍ରୀ ସମେତ ଗଞ୍ଜାମର ପୂର୍ବତନ ପ୍ରଶାସକ ମାନେ ଦାୟିତ୍ୱ ଥାଇ ମଧ୍ୟ ଆନ୍ତରିକତା ପ୍ରଦର୍ଶନ କଲେ ନାହିଁ। ଗଞ୍ଜାମର ଶାସକ ଦଳର ବିଧାୟକ ଏହାକୁ ନେଇ କୌଣସି ପ୍ରକାର ବିଚଳତ ଦେଖାଇନଥିଲେ। ଅବିଭକ୍ତ କୋରାପୁଟ ଠାରୁ ପୁରୀ ସୀମା ଯାଏଁ ଲକ୍ଷଲକ୍ଷ ଲୋକ କରୋନା ଅପେକ୍ଷା ଅଣକରୋନା ଜନିତ ରୋଗ ଓ ଯନ୍ତ୍ରଣାରୁ ମୁକ୍ତ ପାଇବା ପାଇଁ କୌଣସି ବାଟ ନଫିଟିଲା ପରେ, ସାଧାରଣ ଜନତା ଓପିଡି ଓ ବେସରକାରୀ ଚିକିତ୍ସା ବ୍ଯବସ୍ଥା ପାଇଁ ଅଣ୍ଟା ଭିଡିଛନ୍ତି। ସାମାଜିକ କର୍ମୀ ଅନନ୍ତ ମହାନ୍ତି ଶେଷରେ ଉଚ୍ଚନ୍ଯାୟଳୟରେ ଓପିଡି ସମେତ ବେସରକାରୀ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି।


