ଯୁବକଙ୍କ ଆତ୍ମା ହତ୍ୟା
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଗୋଷାଣିନୂଆଗାଁ ଦଶଘରିଆ ସାହି ନିବାସୀ ଲୋକନାଥ ସାହୁଙ୍କ ପୁତ୍ର ସୀମନ ସାହୁ ଗୁଡସ ରୋଡ଼ ନିକଟ ରେଳ ଧାରଣାରେ ମୁଣ୍ତ ଦେଇ ଆତ୍ମହତ୍ୟା କରିଛନ୍ତି ।ପ୍ରେମ ଜନିତ କାରଣରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପିତା ଲୋକନାଥ ସାହୁ । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ତଦନ୍ତ କରୁଥିବା ନେଇ ସୂଚନା ମିଳିଛି ।


