‘ବ୍ରଦରହୁଡ଼ ଗ୍ଲୋବାଲ ଫାଉଣ୍ଡେସନ’ ତରଫରୁ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ କରୋନା ଉପକରଣ ବଣ୍ଟନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ବର୍ତ୍ତମାନ ସାରା ରାଜ୍ୟରେ କରୋନା ମହାମାରୀ ତାର କାୟାବିସ୍ତାର କରିଚାଲିଥିବାରୁ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଫଳରେ ଲକ୍ଷ ଲକ୍ଷ ଲୋକ ନିଜର ଜୀବନ ଜୀବିକା ହରାଇ ବସିଥିବା ବେଳେ ଆର୍ଥିକ ମାନଦଣ୍ଡ ସେମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏମାନେ ଓଳିଏ ଖାଇଲେ ଓଳିଏ ଉପାସରେ ରହୁଛନ୍ତି । ଦୃଷ୍ଟିହୀନ ବ୍ୟକ୍ତି ଏଥିରୁ ବାଦ୍ ପଡ଼ନ୍ତେ ବା କିପରି । ଏମାନେ ଦୃଷ୍ଟିହୀନ ହୋଇଥିବାରୁ କରୋନା ବିପଦ ସମୟରେ ଘରୁ ଗୋଡ଼ କାଢି ପାରୁଛନ୍ତି ନା ନିଜର ଦୁଃଖ କାହାକୁ ଜଣାଇ ପାରୁଛନ୍ତି । ଏହିଭଳି ଏକ ଦୁଃଖଦ ପରିସ୍ଥିତିରେ ‘ବ୍ରଦରହୁଡ଼୍ ଗ୍ଲୋବାଲ ଫାଉଣ୍ଡେସନ’ ସେମାନଙ୍କୁ ସହଯୋଗର ହାତ ବଢାଇଛି । ଫାଉଣ୍ଡେସନର କର୍ମକର୍ତ୍ତାମାନେ ଖଣ୍ଡଗିରୀବାରିଠାରେ ଥିବା ୨୨ଜଣ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ଏକମାସର ରାସନ ସାମଗ୍ରୀ ସହିତ କରୋନାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଛଅଶହ ମାକ୍ସ, ଏକଶହ ସାନିଟାଇଜର, ଦୁଇଶହ ଅଗରବତୀ ଏବଂ ଏକଶହ ଫିନାଇଲ ବଣ୍ଟନ କରିଥିଲେ । ଫାଉଣ୍ଡେସନର ଏତାଦୃଶ ପଦକ୍ଷେପକୁ ଦୃଷ୍ଟିହୀନ ବ୍ୟକ୍ତିମାନେ ଭୂୟସୀ ପ୍ରଶଂସା କରିଥିଲେ । ଫାଉଣ୍ଡେସନର ସଭାପତି ସଞ୍ଜୀବ କୁମାର ସେନାପତି, ସଦସ୍ୟ ସତ୍ୟଜିତ୍ ସେନାପତି, ସାଲିମ୍ ମହମ୍ମଦ, ବାପୁନ ମେକାପ, ରାକେଶ ମହାପାତ୍ର, ସୁଜିତ ସେନାପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ