ପରୀକ୍ଷା ଖରାପ ହେବାରୁ ଆତ୍ମହତ୍ୟା ଉଦ୍ୟମ
ନାଉଗାଁ, (ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତ ତେଂଟୋଇ ଗ୍ରାମର ସିନ୍ଧୁ ବିଶ୍ୱାଳଙ୍କ ପୁତ୍ର ସୁଶୀଲ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ । ବୁଧବାର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ତାଙ୍କ ରେଜଲ୍ଟ ଖରାପ ହୋଇଥିବା ଜଣା ପଡିଥିଲା । ଏଥିରେ ସେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଘର ମଧ୍ୟରେ ଏକ ରଶି ଲଗାଇଥିବା ବେଳେ ପରିବାର ଲୋକ ଦେଖିବାକୁ ପାଇଥିଲେ । ଗୁରୁତର ଅବସ୍ଥାରେ ସୁଶୀଲକୁ ଉଦ୍ଧାର କରାଯାଇ କଟକସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସା କରାଯାଉଥିବା ଜଣାଯାଇଛି ।


