ଫକୀରମୋହନ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ତରଫରୁ ଆଲୋଚନା ଚକ୍ର
ବାଲେଶ୍ୱର: ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ସ୍ନାତ୍ତୋକତର ବିଭାଗର ୨୦୧୮-୧୯ ଅଧ୍ୟାୟର ଦ୍ୱିତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ର “ମ୍ୟୁଚିଆଲ୍ ଫଣ୍ଡ୍ ଏବଂ ତା’ର ବର୍ତ୍ତମାନର ଅବସ୍ଥା” ଉପରେ ଆଚୋଚନା ହେଇଥିଲା । ପ୍ରଥମେ ଆଲୋଚନାଚକ୍ରର ସଂପାଦିକା ଭାନୁ ଖଣ୍ଡେଲୱାଲ ସଭା ପରିଚାଳନା କରିଥିଲେ । ତତ୍ପରେ ପାଠ୍ୟ ସଂଯୋଜକ ଡଃ ଆର୍ତ୍ତ ବନ୍ଧୁ ଜେନା ବିଷୟବସ୍ତୁ ଉପରେ ପ୍ରଥମ ଅଭିଭାଷଣ ଦେଇ ଆଲୋଚନା ଚକ୍ରକୁ ଆଗକୁ ନେଇଥିଲେ । ସେ ତାଙ୍କର ଅଭିଭାଷଣରେ ବିଷୟବସ୍ତୁ ଉପରେ ଟିପ୍ପଣୀ ଦେବା ପାଇଁ ଗଠିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ସଂଗଠନ ବିଷୟବସ୍ତୁକୁ ଉପସ୍ଥାପନ କରିଥିଲେ । ଏଥିରେ ରିନୁ ବେହେରା, ନିଶା ସିଂ, ପୂଜା ସାହୁ, ଚନ୍ଦ୍ରିକା ଚକ୍ରା ଏବଂ ଭାନୁ ଖଣ୍ଡେଲୱାଲ ଖୁବ୍ ସୁନ୍ଦର ଭାବରେ “ମ୍ୟୁଚୁଆଲ୍ ଫଣ୍ଡ” ଉପରେ ନିଜ ନିଜର ମନ୍ତବ୍ୟ ରଖିଥିଲେ । ପରେ ପ୍ରଫେସର୍ ଭଗବାନ ଦାସ ବିଷୟ ବସ୍ତୁ ଉପରେ ନିଜର ମନ୍ତବ୍ୟ ରଖିବା ସଂଗେ ସଂଗେ “କ୍ଲାଉଡ ଆକାଉଣ୍ଟ” ଉପରେ ବିଶେଷବାବେ ଆଲୋଚନା କରିଥିଲେ । ଏଥିରେ ଅଙ୍କିତ କୁମାର, ସୁଜିତ୍ ଦାସ ଏବଂ ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ରହି ନିଜ ନିଜର ମନ୍ତବ୍ୟ ଦେଇଥିଲେ । ଶେଷରେ ଆଲୋଚନାଚକ୍ରର ସହସଂପାଦିକା ପ୍ରତୀକ କୁମାର ପଲାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।