ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ ପ୍ରଦାନ କଲେ 25 ହଜାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣରେ ବହୁ ଭକ୍ତ ନିଜ ନିଜକୁ ଭିନ୍ନ ଭିନ୍ନ ଭାବେ ସାମିଲ କରି ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ସହରର ଜଗନ୍ନାଥ ବିହାରର ବାସିନ୍ଦା ତଥା ଗଜପତି ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ଗରୁଡ଼ଧଜ୍ୱ ଚୌଧୁରୀ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଚୌଧୁରୀଙ୍କ ସହ ଜଗନ୍ନାଥ ମନ୍ଦିରରେ ପହଞ୍ଚି ତିନି ଠାକୁରଙ୍କୁ ପୂଜା ପାଠ କରିବା ସହ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ 25 ହଜାର ଟଙ୍କା ପ୍ରଦାନ କରି ମନ୍ଦିର ନିର୍ମାଣରେ ସହାୟତାର ହାତ ବଢ଼ାଇଛନ୍ତି. ମନ୍ଦିର ନିର୍ମାଣ କମିଟିର ସମ୍ପାଦକ ତଥା ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀ, ଭୀମସେନ ପଣ୍ଡା, ହରପ୍ରସାଦ ପାଢ଼ୀ, ସୁରମା ରାଣୀ ମିଶ୍ର ପ୍ରମୁଖ ମନ୍ଦିର ନିର୍ମାଣରେ ସହାୟତାର ହାତ ବଢ଼ାଇ ଥିବା ଶ୍ରୀ ଚୌଧୁରୀଙ୍କୁ ସାଧୁବାଦ ଜଣାଇଛନ୍ତି.


