୫୧୧ କେଜି ଗଞ୍ଜେଇ ସହ ୨ ଗିରଫ

ଜୟପୁର, (ଓ୍ବାଇଏନ୍ଏସ୍): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି କ୍ଷ ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ ଜୟପୁର ଗଞ୍ଜେଇ ଚୋରି ଚାଲାଣ ହେଉଥିବା ବେଳେ ଥାନା ସାମ୍ନାରେ ପୋଲିସ ହାତରେ ଧରାପଡିଛି କ୍ଷ ଗାଡି ସହ ୫୧୧ କେଜି ଗଞ୍ଜେଇ ଜବତ କରିଥିବା ବେଳେ ୨ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି କ୍ଷ ଗିରଫ ଯୁବକ ମାନେ ହେଲେ ବୈପାରୀଗୁଡା ଥାନକ୍ଷ ଅନ୍ତର୍ଗତ ଜାମଝରି ଗ୍ରାମର ଭୋଗବାନ ଗୌଡ଼ ଓ ପ୍ରହ୍ଲାଦ ଖରା କ୍ଷ ଥାନା କେସ ନମ୍ବର ୧୦୨/୨୦୨୦ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି କ୍ଷ ମାଜିଷ୍ଟ୍ରେଟ ତଥା ବୈପାରୀଗୁଡା ତହସିଲଦାର କୌଲାଶ ଚନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତରେ ଗଂଜେଇ ଓଜନ କରାଯାଇଥିଲା କ୍ଷ ବୈପାରୀଗୁଡା ଥାନା ଅଧିକାରୀ ଅଂଶୁମାନ ଦ୍ୱିବେଦୀ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ