ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ହିଞ୍ଜିଳି ଥାନା ଶାସନଆମ୍ବଗାଁ ଗ୍ରାମ ନିକଟରେ ଏକ ଗାଡ଼ି ଧକ୍କାରେ ଜୈନିକ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ସ୍ଥାନୀୟ ଥାନା ରାଳବ ଗ୍ରାମର ବିଦୁଆ ବରଡ଼(୭୧)ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକେ ଆହତ ବୃଦ୍ଧଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ଓ ପରେ କଟକ ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ଆହତ ଜଣକ ଗୁରୁବାର ସକାଳେ ସର୍ମ୍ପକୀୟଙ୍କ ଘର ଶାସନଆମ୍ବଗାଁକୁ ଯାଇ ଅପରାହ୍ନରେ ଗ୍ରାମକୁ ଫେରୁଥିବା ବେଳେ ଏକ ଗାଡ଼ି ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ତେବେ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ