ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆନ୍ତର୍ଜାତୀୟ ଦିବସ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା  ଉପଖଣ୍ଡ ଅନ୍ତର୍ଗତ  ଘୁ.ଉଦୟଗିରି ବ୍ଲକ, ରଟିଙ୍ଗିଆ ଗ୍ରାମପଞ୍ଚାୟତର ଅନ୍ତରଙ୍ଗ ଯୁବ ମହାସଂଘର କର୍ମକର୍ତା ମାନେ  ଏକତ୍ରିତ ହୋଇ କରୋନା ମହାମାରୀର ସତର୍କର ବାର୍ତ୍ତା ବାଣ୍ଟିବା ସହିତ ଶିଶୁ ଶିକ୍ଷାକୁ ଉତ୍ସାହିତ କରିବା ପାଇଁ ଗାଁ ଗାଁରେ ସଚେତନତା କରାଯାଇଛି। ଏହା ସହିତ କରୋନା ମହାମାରୀ ସମୟରେ ଗାଁରେ ଦେଶୀ ମଦ ବନ୍ଦ ପାଇଁ ଚେତାବନୀ ଦିଆଯାଇଛି ଓ ପାରିବାରିକ ଅଶାନ୍ତିକୁ ରୋକିବା ଇତ୍ୟାଦି ଆଲୋଚନା କରାଯାଇଛି। ଯୁବ ପିଢ଼ିକୁ ଏହି ବାର୍ତ୍ତା ଦେବା ଓ ପ୍ରତ୍ୟେକ ଯୁବ ପିଢ଼ି ନିଜର ଲକ୍ଷ, ଶିକ୍ଷା କ୍ଷେତ୍ରରେ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ବାର୍ତ୍ତା ଦିଆଯାଇଛି। ଯାହାଫଳରେ ଆଗାମୀ ପିଢ଼ିକୁ ଏକ ନୂତନ ଜୀବନ ଶୈଳୀ ତିଆରି କରିବାରେ ସହାୟ ହେବ ବୋଲି ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ କହିଛନ୍ତି।  ଏହି ଅବସରରେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ସ୍ନେହ ଅନୁଷ୍ଠାନର କର୍ମୀ ତରୁଲତା ଦିଗାଲ ଓ ମହାସଂଘର ଚନ୍ଦ୍ରକାନ୍ତ ପ୍ରଧାନ, ବିକାଶ ପ୍ରଧାନ, ବିମା ପ୍ରଧାନ, ସୁବନ ପ୍ରଧାନ, ସରୋଜ ପ୍ରଧାନ, ରୁଧିର ପ୍ରଧାନ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ