ଇଂଲିଶ ନାଁରେ କଟକର ଗଳି
ବହୁ ପ୍ରାଚୀନ ସହର କଟକ । ମହାନଦୀ ଓ କାଠଯୋଡ଼ିର ତ୍ରିକୋଣଭୂମିରେ ଏହି ସଭ୍ୟତା କେବେ ଗଢ଼ି ଉଠିଛି ତାହାର ଠିକ୍ ହିସାବ କାହା ପାଖରେ ନାହିଁ । ଏକ ହଜାର ବର୍ଷର ସହରର ମାନ୍ୟତା ପାଇଥିବା କଟକରେ ଇଂରେଜ ସରକାରଙ୍କ ରାଜୁତି ଦୀର୍ଘ ବର୍ଷ ରହିଥିଲା । ଫଳରେ ସହରରେ ଏବେ ବି ଛାପ ରହିଯାଇଛି ଇଂରେଜମାନଙ୍କର । ଅନେକ ସାହି କିମ୍ବା ରାସ୍ତାର ନାମ ରହିଛି ଯାହା ଇଂଲିସ ନାମରେ ନାମିତ ।
କ୍ୟାଣ୍ଟନମେଣ୍ଟ୍ ରୋଡ୍:ଇଂଲିଶ ଶବ୍ଦ କ୍ୟାଣ୍ଟନମେଣ୍ଟର ଅର୍ଥ ହେଉଛି ବ୍ରିଟିଶମାନଙ୍କ ସ୍ଥାୟୀ ସେନା ଶିବିର । ଭାରତରେ ବ୍ରିଟିଶ ସରକାରଙ୍କ ଶାସନ ଚାଲୁଥିବାବେଳେ ବାରବାଟୀ ଦୁର୍ଗରୁ କିଛି ଦୂରରେ ତଥା ମହାନଦୀ ପଠା ନିକଟରେ ହିଁ ସେମାନଙ୍କ ସେନାର ଶିବିର ରହିଥିଲା । ଏହାକୁ ନେଇ ଏହି ସ୍ଥାନର ନାମ ଏପରି ହୋଇଛି । ଏବେ ଭିଭିଆଇପି ଅଞ୍ଚଳ ଭାବେ ଏହା ପରିଚିତ । ଜଷ୍ଟିସଙ୍କଠାରୁ ଆରମ୍ଭକରି ଅନେକ କ୍ଷମତାସମ୍ପନ୍ନ ବ୍ୟକ୍ତିଙ୍କ କ୍ୱାର୍ଟର କ୍ୟାଣ୍ଟନମେଣ୍ଟ ରୋଡରେ ରହିଛି । ବାରବାଟୀ ଷ୍ଟାଡିୟମ ଓ ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରେ ଏହି ରାସ୍ତା ।

:କନିକାଛକରୁ ସତୀଚଉରା ଆଡକୁ ଯିବା ବେଳେ ଡାହାଣଭାଗରେ ପଡ଼େ ଷ୍ଟିୱାର୍ଟ ପାଟଣା । ଏକ ଛୋଟ ଜନବସତି ଭାବେ ପରିଚିତ ଏହି ସ୍ଥାନ ବ୍ରିଟିଶର ଜଣେ ଡାକ୍ତରଙ୍କ ନାମରେ ନାମିତ ହୋଇଛି ବୋଲି କୁହାଯାଏ । ବ୍ରିଟିଶ ସରକାରଙ୍କର ଷ୍ଟିୱାର୍ଟ ନାମରେ ଜଣେ ସର୍ଜନ ଥିଲେ । ତାଙ୍କରି ନାମ ଅନୁସାରେ ସେ ସମୟରେ ଉକ୍ତ ଅଞ୍ଚଳର ନାମକରଣ କରାଯାଇଥିଲା । ସବୁ ସମ୍ପ୍ରଦାୟର ଲୋକ ଏଠାରେ ଭାଇଚାରାରେ ବାସ କରନ୍ତି । ଷ୍ଟିୱାର୍ଟ ପାଟଣା ଅଞ୍ଚଳ ସଂଯୋଗ କରୁଛି ବିଜୁ ପଟ୍ଟନାୟକ ଛକକୁ, ଯେଉଁଠି ଅଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘର ।
ପେନ୍ସନ୍ ଲେନ୍: ପେନ୍ସନ୍ କାର୍ଯ୍ୟାଳୟ ଥିବା ହେତୁ ବକ୍ସିବଜାର ନିକଟ ଅଞ୍ଚଳର ନାମ ପେନ୍ସନ୍ ଲେନ୍ ରଖାଯାଇଛି । ଏବେ ଏହି ଅଞ୍ଚଳରେ ତେଲୁଗୁ ସମ୍ପ୍ରଦାୟର ଲୋକେ ଅଧିକ ମାତ୍ରାରେ ବସବାସ କରୁଛନ୍ତି । କଦଳୀ ବ୍ୟବସାୟ ଏବଂ ଖାଡି କବାବ ପାଇଁ ଏହି ସ୍ଥାନଟି ପ୍ରସିଦ୍ଧ ।

ରେଭେନ୍ଶା କଲେଜ ସ୍କୋୟାର୍:ରେଭେନ୍ଶା କଲେଜର ଇତିହାସ ବହୁତ ପୁରୁଣା । ଏହା ପଛରେ ରହିଛି ୧୫୦ବର୍ଷ ତଳର ଇତିହାସ । ଯୋବ୍ରା ନିକଟରେ ଚକ୍ରିପଡ଼ିଆ ଭାବେ ଏକ ବିରାଟ ସ୍ଥାନ ଥିଲା । ଯୋବ୍ରା ଘାଟ ଦେଇ ବ୍ରିଟିଶ ପଦାଧିକାରୀମାନେ କଟକରେ ପହଞ୍ଚୁଥିଲେ । ଚକ୍ରିପଡ଼ିଆରେ ଘୋଡା ବନ୍ଧା ଯାଇଥାଏ । ଏଠାରୁ ସେମାନେ କଟକର ବିଭିନ୍ନ ସ୍ଥାନକୁ ଘୋଡା ଦ୍ୱାରା ଯାଇଥାନ୍ତି । ଏହି ଚକ୍ରିପଡ଼ିଆ ସ୍ଥାନରେ ଏବେ ରେଭେନ୍ଶା ବିଶ୍ୱବିଦ୍ୟାଳୟ ଛିଡ଼ା ହୋଇଛି । ରେଭେନ୍ଶା କଲେଜର ନାମ ଅନୁସାରେ କଲେଜ ସ୍କୋୟାର ନାମକରଣ କରାଯାଇଥିବା ଜଣାପଡ଼ିଛି । ସେହିପରି ଯୋବ୍ରା ଘାଟ ଦେଇ ପୂର୍ବରୁ ଲୋକେ ଏଠାକୁ ଆସୁଥିଲେ ।
କ୍ୟାଣ୍ଟନମେଣ୍ଟ୍ ରୋଡ୍:ଇଂଲିଶ ଶବ୍ଦ କ୍ୟାଣ୍ଟନମେଣ୍ଟର ଅର୍ଥ ହେଉଛି ବ୍ରିଟିଶମାନଙ୍କ ସ୍ଥାୟୀ ସେନା ଶିବିର । ଭାରତରେ ବ୍ରିଟିଶ ସରକାରଙ୍କ ଶାସନ ଚାଲୁଥିବାବେଳେ ବାରବାଟୀ ଦୁର୍ଗରୁ କିଛି ଦୂରରେ ତଥା ମହାନଦୀ ପଠା ନିକଟରେ ହିଁ ସେମାନଙ୍କ ସେନାର ଶିବିର ରହିଥିଲା । ଏହାକୁ ନେଇ ଏହି ସ୍ଥାନର ନାମ ଏପରି ହୋଇଛି । ଏବେ ଭିଭିଆଇପି ଅଞ୍ଚଳ ଭାବେ ଏହା ପରିଚିତ । ଜଷ୍ଟିସଙ୍କଠାରୁ ଆରମ୍ଭକରି ଅନେକ କ୍ଷମତାସମ୍ପନ୍ନ ବ୍ୟକ୍ତିଙ୍କ କ୍ୱାର୍ଟର କ୍ୟାଣ୍ଟନମେଣ୍ଟ ରୋଡରେ ରହିଛି । ବାରବାଟୀ ଷ୍ଟାଡିୟମ ଓ ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରେ ଏହି ରାସ୍ତା ।
ଷ୍ଟିୱାର୍ଟ ପାଟଣା:କନିକାଛକରୁ ସତୀଚଉରା ଆଡକୁ ଯିବା ବେଳେ ଡାହାଣଭାଗରେ ପଡ଼େ ଷ୍ଟିୱାର୍ଟ ପାଟଣା । ଏକ ଛୋଟ ଜନବସତି ଭାବେ ପରିଚିତ ଏହି ସ୍ଥାନ ବ୍ରିଟିଶର ଜଣେ ଡାକ୍ତରଙ୍କ ନାମରେ ନାମିତ ହୋଇଛି ବୋଲି କୁହାଯାଏ । ବ୍ରିଟିଶ ସରକାରଙ୍କର ଷ୍ଟିୱାର୍ଟ ନାମରେ ଜଣେ ସର୍ଜନ ଥିଲେ । ତାଙ୍କରି ନାମ ଅନୁସାରେ ସେ ସମୟରେ ଉକ୍ତ ଅଞ୍ଚଳର ନାମକରଣ କରାଯାଇଥିଲା । ସବୁ ସମ୍ପ୍ରଦାୟର ଲୋକ ଏଠାରେ ଭାଇଚାରାରେ ବାସ କରନ୍ତି । ଷ୍ଟିୱାର୍ଟ ପାଟଣା ଅଞ୍ଚଳ ସଂଯୋଗ କରୁଛି ବିଜୁ ପଟ୍ଟନାୟକ ଛକକୁ, ଯେଉଁଠି ଅଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘର ।
ପେନ୍ସନ୍ ଲେନ୍: ପେନ୍ସନ୍ କାର୍ଯ୍ୟାଳୟ ଥିବା ହେତୁ ବକ୍ସିବଜାର ନିକଟ ଅଞ୍ଚଳର ନାମ ପେନ୍ସନ୍ ଲେନ୍ ରଖାଯାଇଛି । ଏବେ ଏହି ଅଞ୍ଚଳରେ ତେଲୁଗୁ ସମ୍ପ୍ରଦାୟର ଲୋକେ ଅଧିକ ମାତ୍ରାରେ ବସବାସ କରୁଛନ୍ତି । କଦଳୀ ବ୍ୟବସାୟ ଏବଂ ଖାଡି କବାବ ପାଇଁ ଏହି ସ୍ଥାନଟି ପ୍ରସିଦ୍ଧ ।
ରେଭେନ୍ଶା କଲେଜ ସ୍କୋୟାର୍:ରେଭେନ୍ଶା କଲେଜର ଇତିହାସ ବହୁତ ପୁରୁଣା । ଏହା ପଛରେ ରହିଛି ୧୫୦ବର୍ଷ ତଳର ଇତିହାସ । ଯୋବ୍ରା ନିକଟରେ ଚକ୍ରିପଡ଼ିଆ ଭାବେ ଏକ ବିରାଟ ସ୍ଥାନ ଥିଲା । ଯୋବ୍ରା ଘାଟ ଦେଇ ବ୍ରିଟିଶ ପଦାଧିକାରୀମାନେ କଟକରେ ପହଞ୍ଚୁଥିଲେ । ଚକ୍ରିପଡ଼ିଆରେ ଘୋଡା ବନ୍ଧା ଯାଇଥାଏ । ଏଠାରୁ ସେମାନେ କଟକର ବିଭିନ୍ନ ସ୍ଥାନକୁ ଘୋଡା ଦ୍ୱାରା ଯାଇଥାନ୍ତି । ଏହି ଚକ୍ରିପଡ଼ିଆ ସ୍ଥାନରେ ଏବେ ରେଭେନ୍ଶା ବିଶ୍ୱବିଦ୍ୟାଳୟ ଛିଡ଼ା ହୋଇଛି । ରେଭେନ୍ଶା କଲେଜର ନାମ ଅନୁସାରେ କଲେଜ ସ୍କୋୟାର ନାମକରଣ କରାଯାଇଥିବା ଜଣାପଡ଼ିଛି । ସେହିପରି ଯୋବ୍ରା ଘାଟ ଦେଇ ପୂର୍ବରୁ ଲୋକେ ଏଠାକୁ ଆସୁଥିଲେ ।

: ଯୋବ୍ରାରେ ପହଞ୍ଚିବା ପରେ ପିଲିଗ୍ରିମ୍ ରୋଡ ଦେଇ ଲୋକେ ଛତ୍ରବଜାର ଓ ମାଲଗୋଦାମକୁ ଯାତାୟାତ କରୁଥିଲେ । ଛତ୍ରବଜାର ଓ ମାଲଗାଦାମ ଥିଲା ବାଣିଜ୍ୟର ମୁଖ୍ୟସ୍ଥଳ । ଏଣୁ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ଉକ୍ତ ରୋଡର ନାମ ପିଲିଗ୍ରିମ ରୋଡ ରଖାଯାଇଛି । ଲୁହା ବ୍ୟବସାୟ ପାଇଁ ଏହି ସ୍ଥାନଟି ପ୍ରସିଦ୍ଧ ।
ସେଲ୍ଟର ଛକ : କଟକକୁ ଚହଟାଘାଟ ଦେଇ ଆସୁଥିବା ଲୋକ ଏଠାରେ ରାତ୍ରିଯାପନ କରୁଥିଲେ । ପ୍ରାୟତଃ ବଙ୍ଗାଳି ଲୋକ ଏହି ଘାଟ ଦେଇ ବାଣିଜ୍ୟ ସାମଗ୍ରୀ ଧରି ଆସନ୍ତି ଓ ଏଠାରେ ରୁହନ୍ତି । ଆଶ୍ରୟ ଦେବା ଦୃଷ୍ଟିରୁ ଏହାର ନାମ ଏପରି ହୋଇଛି ।
ମିଶନ୍ ରୋଡ୍ : ଓଡ଼ିଆ ଭାଷାର ବିକାଶ ପାଇଁ ୧୮୩୪ ମସିହାରେ କଟକରେ ମିଶନ୍ ପ୍ରେସ୍ ପ୍ରତିଷ୍ଠା ହୋଇଥିଲା, ଯେଉଁଠାରେ ଅନେକ ଓଡ଼ିଆ ପୁସ୍ତକ ପ୍ରକାଶନ ହୋଇଛି । ଏହାର ନାମ ଅନୁସାରେ ମିଶନ୍ ରୋଡ ହୋଇଛି । ଏଠାରେ ଅଧିକାଂଶ ଖ୍ରୀଷ୍ଟିୟାନ ଲୋକ ରୁହନ୍ତି ।