ହୁଣ୍ଡାଇ ପକ୍ଷରୁ ଅଲ୍ ନିୟୁ ଗ୍ରାଣ୍ଡ୍ ଆଇ-୧୦ ନିଓସ୍୍ର ବଜାର ପ୍ରବେଶ
ହୁଣ୍ଡାଇ ମୋଟର ଇଣ୍ଡିଆ ଲିଃ. ଭାରତର ପ୍ରଥମ ସ୍ମାର୍ଟ ମୋବିଲିଟି ସମାଧାନ ପ୍ରଦାନକାରୀ କମ୍ପାନୀ ପକ୍ଷରୁ ତୃତୀୟ ପିଢ଼ିର କାର୍ ଅଲ୍ ନିୟୁ ଗ୍ରାଣ୍ଡ୍ ଆଇ-୧୦ ନିଓସ୍୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି କାର୍ର ଷ୍ଟାଇଲିସ୍ ଲୁକ୍ ଏବଂ ଅନନ୍ୟ ଡିଜାଇନିଂ ତଥା ଆଇ ଟେକ୍ ବୈଶିଷ୍ଟ୍ୟ ଗୁଡିକ ଯୁବ ଭାରତୀୟ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ ।
ଏଥିରେ ପ୍ରିମିୟମ୍ କ୍ୟାବିନ୍, ବିକଶିତ ପାୱାରଟ୍ରେନ୍ ସୁବିଧା, ନୀବନତମ ଜ୍ଞାନକୌଶଳ ଆଦି ରହିଛି । ଏହା ୧.୨ଏଳ୍ ପେଟ୍ରୋଲ ଏବଂ ଡିଜେଲ୍ ଇଞ୍ଜିନ୍ରେ ଉପଲବ୍ଧ । ଏଥିରେ ହୁଣ୍ଡାଇର ପ୍ରଥମ ବିଏସ୍-୬ ୧.୨ଏଲ୍ ପେଟ୍ରୋଲ ଇଞ୍ଜିନ୍ ବୈଶିଷ୍ଟ୍ୟ ରହିଛି । ଏଥିରେ ୬୫% ବିକଶିତ ଉଚ୍ଚ ଶକ୍ତିଶାଳୀ ଷ୍ଟିଲ୍ ସହିତ ଉଚ୍ଚ ଶକ୍ତିଶାଳୀ ଷ୍ଟିଲ୍ ବଡି ରହିଛି । ସମସ୍ତ ଗ୍ରାହକଙ୍କୁ ଭ୍ୟାରେବୁଲ୍ ବେସିକ୍ ୱାରେଟିଂ ଉପଲବ୍ଧ ହେବ ।
ଏହି ଅବସରରେ ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ର ଏମଡି ତଥା ସିଇଓ ଶ୍ରୀ ଏସ୍.ଏସ୍. କିମ୍ କହିଲେ, “ତୃତୀୟ ପିଢ଼ିର କାର୍ ଅଲ୍ ନିୟୁ ଗ୍ରାଣ୍ଡ୍ ଆଇ-୧୦ ନିଓସ୍୍ର ବଜାର ପ୍ରବେଶ ନେଇ ଆମ୍ଭେ ବେଶ୍ ଆନନ୍ଦିତ । ଏହା ଭାରତୀୟ ଏବଂ ବିଶ୍ୱବ୍ୟାପି ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ଆମେ ନବୀନତମ ଉତ୍ପାଦ ନିର୍ମର୍ାଣ କ୍ଷେତ୍ରରେ ପାରଦର୍ଶିତା ହାସଲ କରିପାରିଛୁ । ଏହି ନୂତନ କାର୍ ଉତ୍ପାଦନ କରି ଆମେ ଗ୍ରାହକଙ୍କ ମାନସିକତାକୁ ରୁଦ୍ଧିମନ୍ତ କରାଇବାର ପ୍ରୟାସ କରୁଛୁ । ସମ୍ପ୍ରତି ପ୍ରଚଳିତ ଧାରାରେ ପରିବର୍ତନକୁ ଦୃଷ୍ଟିରେ ରଖି ଆମ୍ଭେ ଉତ୍ପାଦ ପରିସୀମାରେ ବୃଦ୍ଧି ଅବ୍ୟାହତ ରଖିଛୁ ।
ତୃତୀୟ ପିଢ଼ିର କାର୍ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ ଭାରତୀୟ ଯୁବବର୍ଗ ତଥା ସେମାନଙ୍କର ପରିବାର ବର୍ଗଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ଏହାଦ୍ୱାରା ଆମେ ସହର, ଅର୍ଦ୍ଧସହର ତଥା ଗ୍ରାମୀଣ ବଜାରରେ ସ୍ଥିତି ସୁଦୃଢ଼ କରିବାର ସମ୍ଭାବନା ରହିଛି । ଏଥିରେ ଶ୍ରେଷ୍ଠ ଇଞ୍ଜିନିୟରିଂ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଶ୍ରେଷ୍ଠତମ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଭାରତୀୟ ବଜାରକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି ।”
ତୃତୀୟ ପିଢ଼ିର କାର୍ ଗ୍ରାଣ୍ଡ୍ ଆଇ-୧୦ ନିଓସ୍୍ରେ ୫ଟି ମୁଖ୍ୟ ବୈଶିଷ୍ଟ୍ୟ ରହିଛି ସେଗୁଡ଼ିକ ହେଉଛି, ବୋଲ୍ଡ ଏବଂ ଷ୍ଟାଇଲିଶ୍ ଡିଜାଇନିଂ, ପ୍ରିମିୟମ୍ ଏବଂ ସ୍ପାସିଅସ୍ କ୍ୟାବିନ୍, ଆଡଭାନ୍ସଡ୍ ପାୱାର ଟ୍ରେନ୍ ଅପସନ୍, ସ୍ମାର୍ଟ ଏବଂ ଇନୋଭେଟିଭ୍ ଟେକ୍ନୋଲୋଜି ତଥା କମ୍ପ୍ଲିଟ୍ ପିସ୍ ଅଫ୍ ମାଇଣ୍ଡ୍ ।
ଏଥିରେ କ୍ୟାସକେଡିଂ ଗ୍ରୀଲ୍, ଆକର୍ଷଣୀୟ ସ୍ପୋର୍ଟି ଡିଜାଇନିଂ ଆଦି ବୈଶିଷ୍ଟ୍ୟ ରହିଛି । ଏହା ସହିତ ଏଥିରେ ସୁନ୍ଦର ଆଭ୍ୟନ୍ତରୀଣ ଗଠନ, ଅପର ସି-ପ୍ୟାଡ୍, ଲୋୟର ସି ପ୍ୟାଡ୍, ୨,୪୫୦ ହ୍ୱିଲ୍ ବେସ୍ ଆଦି ବୈଶିଷ୍ଟ୍ୟ ରହିଛି । ଏଥିରେ ଥିବା ୨୦.୨୫ ସେମି ଟଚ୍ ସ୍କ୍ରିନ୍ ଆରକାମାୟାସ୍ ସାଉଣ୍ଡ୍ ସିଷ୍ଟମ୍ରେ ନାଚୁରାଲ, ଲାଇଭ୍, ଲାଉଞ୍ଜ୍ ଏବଂ କ୍ଲବ୍ ଆଦି ୪ଟି ଅପସନ୍ ରହିଛି ।
ଏହା ଆଇ-ବ୍ଲୁ ସ୍ମାର୍ଟଫୋନ୍ ଆପ୍ ସପୋର୍ଟ କରିଥାଏ । ଏହାର ଆଣ୍ଡ୍ରଏଡ୍ ଅଟୋ, ଆପଲ କାର ପ୍ଲେ, ଭଏସ୍ ରିକୋଗନାଇଜେସନ୍ ଫଙ୍କସନ୍ ଆଦି ସୁବିଧା ରହିଛି । ଏଥିରେ ୧୩.୪୬ ସେମି ଡିଜିଟାଲ ସ୍ପିଡ୍ ମିଟର ରହିଛି ।
ଏହା ଫୁଲଏ କଞ୍ଜମସନ୍, ଟ୍ରିପ୍ ମିଟର, ଡଢିଷ୍ଟାଂଟ୍ ଟୁ ଏମ୍ପଟି, ଆଭ୍ରେଜ୍ ଫୁଏଲ୍ କଞ୍ଜମସନ୍, ସର୍ଭିସ୍ ରିମାଇଣ୍ଡର, ଆଭ୍ରେଜ୍ ଭେହିକିଲ୍ ସ୍ପିଡ୍ ଆଦି ସୁବିଧା ରହିଛି ।
ଏଥିରେ ଫୁଲି ଅଟୋମେଟିକ୍ ଏୟାର କଣ୍ଡିସନର୍, ରିୟର ୱିପର ୱିଥ୍ ୱାଶର, ୟୁଏସ୍ ବି ଚାର୍ଜର, ଡୁୟାଲ୍ ଫ୍ରଂଟ୍ ଏୟାର ବ୍ୟାଗ୍ ଆଦି ରହିଛି ।
ଏହା ୪ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ । ଏହା ସହିତ ଏହା ୬ଟି ବାହ୍ୟ ଆକର୍ଷଣୀୟ ରଙ୍ଗ ଆକ୍ୱା ଟିଅଲ୍, ଅଲଫା ବ୍ଲୁ ଏବଂ ଟାଇଟାନ୍ ଗ୍ରେ ଆଦି ୩ଟି ନୂଆ ରଙ୍ଗରେ ଉପଲବ୍ଧ । ଏହା ଡୁଆଲ୍ ଟୋନ୍ କଲର ଆକ୍ୱା ଟିଅଲ ଏବଂ ରେଡ୍ରେ ଉପଲବ୍ଧ ହେଉଛି ।
ଏହା ଉପରେ ୩ ବର୍ଷ/ ୧୦୦,୦୦୦ କିମି, ୪ ବର୍ଷ/ ୫୦,୦୦୦ କିମି, ୫ ବର୍ଷ/ ୪୦,୦୦୦ କିମି ଆଦି ୱାରେଟିଂ ସୁବିଧ ।ଉପଲବ୍ଧ ହେଉଛି । ଏହା ସହିତ ରୋଡ୍ ସାଇହ୍ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି ।
ସୂଚନାଯୋଗ୍ୟ ହୁଣ୍ଡାଇ ମୋଟରର ଇୟନ୍,ଗ୍ରାଣ୍ଡ୍ ଆଇ୧୦, ଇଲାଇଟି ଆଇ୨୦,ଆଇ ୨୦ ଆକ୍ଟିଭ୍, ଏକ୍ସସେଂଟ୍, ଭର୍ଣ୍ଣା, କ୍ରିଏଟା, ଏଲାଂଟ୍ରା, ଟୁକସନ, ଭେନ୍ୟୁ୍ ଏବଂ ସାଂଟ୍ରୋ ପ୍ରଭୃତି ଉତ୍ପାଦ ବେଶ୍ ଲୋକପ୍ରିୟ ହୋଇପାରିଛି । ଏହାର ପ୍ଳାଂଟ୍ ଚେନ୍ନାଇ ନିକଟରେ ରହିଛି । ଏହା ଆଫ୍ରିକା, ମିଡିଲ୍ ଇଷ୍ଟ, ଲାଟିନ୍ ଆମେରିକା, ଅଷ୍ଟ୍ରେଲିଆ, ଏବଂ ଏସିଆ ପାସି‘ିକ୍ର ୯୧ରୁ ଅଧିକ ଦେଶକୁ ଯାନ ରପ୍ତାନୀ କରିଥାଏ । ଗତ ଦେଶରେ ଏହାର ୫୦୨ ବିତରକ ଏବଂ ୧,୩୨୪ ସର୍ଭିସ୍ ଷ୍ଟେସନ୍ ରହିଛି ।


