ଦୁର୍ନୀତି

ଶ୍ୟାମ ସୁନ୍ଦର ଦାଶ

କେତେ ଆସିଲେଣି     କେତେ ଭି ଗଲେଣି
କରି କେତେ ରଡି ହୁଡ଼ି,
କେତେ ନେତା     କେତେ ଜନତା ବନିତା
ବାହାରିଲେ ଅଣ୍ଟା ଭିଡି |୧|
ସଭିଏ କହିଲେ      ଦୁର୍ନୀତି ଚାରକୁ
ଆମେରେ ଦେବା ଉପାଡି,
(ହେଲେ) ବଡ ବଡ     ଦାରୁ ହୋଇ ମହା ମେରୁ
ଚେର ପାତାଳରେ ଭିଡି,|୨|
ଗ୍ରାମ ଠାରୁ ଏଠି      ଗ୍ରାମ ପଞ୍ଚାୟତ
ପଞ୍ଚାୟତ ସମିତିରେ ,
ଜିଲ୍ଲା ଉପଜିଲ୍ଲା     ରାଜ୍ୟ ରାଜଧାନୀ
ଆଉ ଦେଶ ବିଦେଶରେ ,|୩|
ଦୁର୍ନୀତି ଚାଲିଛି     ଚାଲିଥିବିବା ଏଠି
ରୋକିବାକୁ ନାହିଁ ଶକ୍ତି,
ଧୋବ ଧଉଳିଆ    ଉଦର ଲୋକିଆ
ଫୁଲାଇ ଚାଲନ୍ତି ଛାତି |୪|
ସେଇ ତା ଗଢନ୍ତି    ସେଇ ତ ଭାଙ୍ଗନ୍ତି
ଏ ଦଳ ସେ ଦଳ ହୋଇ ,
ବୁଣିଦିଅନ୍ତି ସେ     ଦୁର୍ନୀତି ର ମଞ୍ଜି
ଫାଇଦା ପାଇବା ପାଇଁ |୫|
କେତେ ବା କହିବା    କେତେବା ଲେଖିବା
ଏ କାଗଜ କଲମରେ ,
ଦେଖି ଦେଖି ବୁଜି     ହୋଇଯାଏ ଆଖି
ବ୍ୟଥା ଲାଗେ ମରାମରେ |୬|
ଶ୍ରୀରଙ୍ଗା ସାହିତ୍ୟ କୁଟୀର
ସା-ପଦାକଣା, ପୋ -ପଧାନପଡା,
ଥା-ବନ୍ତ, ଜି- ଭଦ୍ରକ -୭୫୬୧୧୪ |
ମୋ -୯୦୯୦୮୮୧୬୧୨

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ