ପ୍ରତିକୂଳ ପାଗ ଏବଂ କରୋନା କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳିତ
ରାଇକିଆ, (ଓ୍ବାଇଏନ୍ଏସ୍): କନ୍ଧମାଳ ଜିଲ୍ଲା ରାଇକିଆ ବିଜୟ ହାଇ ସ୍କୁଲ ଠାରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ପ୍ରବଳ ବର୍ଷା ଏବଂ କରନା କଟକଣା ମଧ୍ୟରେ ନିରାଡମ୍ବର ଭାବେ ଏହାକୁ ପାଳନ କରା ଯାଇଥିଲା । ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ । ଏହି ଅବସର ରେ କରନା ମୁକାବିଲା କ୍ଷେତ୍ର ରେ ଉଲେଖନୀୟ କାର୍ଯ୍ୟ ପାଇଁ କୋଭିଡ୍ ଯୋଦ୍ଧା ଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ତହସିଲଦାର ସାରଦାକାନ୍ତି ଦଳାଇ , ଥାନା ଅଧିକାରୀ ତରୁଣ ତପନ ବେହେରା,ଫାୟାର ଅଫିସର୍ ଦିଲିପ୍ ରାଓ, ଜିଲା ପରିଷଦ ସଭ୍ୟା ଝୁଲିମା ଦଳ ବେହେରା, ସମିତି ସଭ୍ୟା ମିନି ନାୟକ, ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ, ବେରେଡାକିଆ ସମିତି ସଭ୍ୟା ଗୀତାଞ୍ଜଳି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ କୌଣସି ପ୍ୟାରେଡ୍, ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବାରଣ କରାଯାଇଥିଲା । ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ସାମିଲ କରା ଯାଇ ନଥିଲା । ରାଇକିଆ ବ୍ଲକ ର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମାନଙ୍କ ରେ ମଧ୍ୟ ନିରାଡମ୍ବର ଏବଂ ସାମାଜିକ ଦୁରତ୍ଵ ରକ୍ଷା କରି ଏହି ଜାତୀୟ ଦିବସ କୁ ପାଳନ କରାଯାଇଛି ।