କନ୍ଧମାଳରେ ଶନିବାର ଆଉ ୯୮ଜଣ କରୋନା ପଜିଟିଭ ଚିହ୍ନଟ : ମୋଟ ସଂକ୍ରମିତ ୧୨୯୯

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାରେ ପୁଣି ଆଉ ୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୯ ରେ ପହଂଚିଛି । ତେବେ ଶନିବାର ସୁଦ୍ଧା ଜିଲାରେ ଆକ୍ରାନ୍ତ ଥିବା ୭୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୫୧୨ ଜଣ ସଂକ୍ରମିତ ବିଭିନ୍ନ କରୋନା ହସପିଟାଲରେ ରହି ଚିକିତ୍ସା ହେଉଛନ୍ତି । ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ୫୬ ଜଣ ପୁରୁଷ ରହିଥିବାବେଳେ ଆଉ ୪୨ ଜଣ ମହିଳା ଥିବା ନେଇ ସୁଚନା ମିଳିଛି ।ମୋଟ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଫୁଲବାଣୀର ୧୩ ଜଣ ରହିଥିବାବେଳେ ଘୁ,ଉଦୟଗିରିର ୭ଜଣ,ଦାରିଙ୍ଗବାଡିର ୧୨ ଜଣ,ଚକାପାଦର ୯ ଜଣ,ଟିକାବାଲିର ୫ ଜଣ,କ.ନୁଆଗାଁର ୨ ଜଣ,କୋଟଗଡର ୧୭ ଜଣ, ତୁମୁଡିବନ୍ଧର ୧୪ ଜଣ,ରାଇକିଆର ୬ ଜଣ, ବାଲିଗୁଡାର ୮ ଜଣ,ଫିରିଙ୍ଗିଆର ୩ ଜଣ ଏବଂ ଖଜୁରିପଡା ବ୍ଳକ ଅଂଚଳର ୨ ଜଣ ଥିବା ନେଇ ଜିଲ୍ଲାପାଳ ଡ.ବୃନ୍ଦା ଡି ଟ୍ୱିଟ୍ ଜରିଆରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ