ବାଲେଶ୍ୱର ଜିଲ୍ଲା ସ୍କୁଲର ୧୬୭ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ବାଲେଶ୍ୱର: ସ୍ଥାନୀୟ ଜିଲ୍ଲା ସ୍କୁଲ ପରିସରରେ ୧୬୭ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପୁରସ୍କାର ବିତରଣ ଉତ୍ସବକୁ ଉଦ୍ଘାଟକ ଭାବେ ପୂର୍ବାଞ୍ଚଳ ଡି.ଆଇ.ଜି ଅମିତେନ୍ଦ୍ର ନାଥ ସିହ୍ନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ପିଲାମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀମାନଙ୍କର ଚରିତ୍ର ଗଠନରେ ବିଶେଷ ଧ୍ୟାନ ଦେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ପ୍ରଚେଷ୍ଟା, ଉଦ୍ୟମ ଓ ଏକାଗ୍ରତା ସେମାନଙ୍କୁ ଭଲ ମଣିଷ ଗଠନ କରିବାରେ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ଆଗରପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନାରାୟଣ ସେନାପତି, ସମ୍ମାନୀତ ଅତିଥି ଭାବେ ସ୍କୁଲ ପରିଚାଳନା ସମିତିର ସଭାପତି ବଳରାମ ଦାସ, ପୁରାତନ ବିଦ୍ୟାର୍ଥୀ ପରିଷଦ ସଭାପତି ଡାଃ ସୁରେନ୍ଦ୍ର ନାଥ ସାହୁ, ପ୍ରେସ କ୍ଲବର ସାଧାରଣ ସଂପାଦକ ରଞ୍ଜନ କୁମାର ବାଗ୍, ସିଭିଲ ସୋସାଇଟିର ସଂପାଦକ ତଥା ବରିଷ୍ଠ ଆଇନଜୀବୀ ମନୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟରେ ଛତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଠନରେ ଶିକ୍ଷକ ଶିକ୍ଷୟିତ୍ରାଙ୍କ ସହିତ ଅଭିଭାବକମାନେ ଅଧିକ ଯତ୍ନବାନ ହେବା ଉଚିତ ବୋଲି ମତ ରଖିଥିଲେ । ଏଥିରେ ଅଶୋକ କୁମାର ଦାସ ଅତିଥି ପରିଚୟ ଦେଇଥିବା ବେଳେ ଆରତୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ