କେନ୍ଦୁଗଛରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମରେ ଜଣେ ୨୨ ବର୍ଷର ଯୁବକ ମାଧବ ନାୟକ ବେକରେ ନିଜର ଗାମୁଛା ବାନ୍ଧି ଗଛ ଡାଳରେ ଝୁଲି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ତାକରଡ଼ା ଗ୍ରାମର ରାଜୁ ନାୟକଙ୍କ ପାଞ୍ଚ ପୁଅ ମଧ୍ୟରୁ ଚତୁର୍ଥ ପୁତ୍ର ହେଉଛନ୍ତି ମାଧବ ନାୟକ। ରାଜୁ ନାୟକଙ୍କ ପରିବାର ଅତ୍ୟନ୍ତ ଶାନ୍ତଶିଷ୍ଟ  ଏବଂ ଘରେ କୌଣସି ପ୍ରକାର ଗଣ୍ଡଗୋଳ ହୋଇନଥିବା ବେଳେ ମାଧବ ତାକରଡ଼ାର କେନାଲ ଉପର ଜଙ୍ଗଲ ନିକଟ ଏକ କେନ୍ଦୁ ଗଛ ଡାଳରେ ନିଜ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଗ୍ରାମ ଲୋକେ ପୁଲିସକୁ ଖବର ଦେବା ପରେ ରବିବାର ସକାଳେ ବୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ଏନେଇ ବୁଗୁଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ଜନିତ ଘଟଣାରେ ବିଫଳ ହେବା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ