ମାଛ ଧରୁ ଧରୁ ଜାଲ ରେ ଲାଗିଲା ୯ ଫୁଟ ର ଅଜଗର
ଛତ୍ରପୁର, (ଦେବଦତ୍ତ ମହାରଣା ): ଛତ୍ରପୁର ତମ୍ପରା ହ୍ରଦ ରେ ଆଜି ସକାଳୁ ତରେଇ ପାଟପୁର ଗ୍ରାମର କନ୍ଧ ବେହେରା ମାଛ ଧରିବା ପାଇଁ ଡ଼ଙ୍ଗା ରେ ଯାଇଥିଲେ. ସେ ଜାଲ ରେ ମାଛ ଧରିବା ସମୟରେ ତାଙ୍କ ଜାଲ ରେ ଏକ ଅଜଗର ସାପ ଧରା ପଡିଥିଲା. ପରେ ସେ ସାପ କୁ ଧରି କୁଳ କୁ ଆଣିଥିଲେ. ଖବର ପାଇ ବନ ବିଭାଗ ଘଟଣା ସ୍ଥଳ ରେ ପହଂଚି ସାପ କୁ ଉଦ୍ଧାର କରିବା ସହ ଅଜଗର ସାପ ବୋଲି ଚି଼ହ୍ନଟ କରିବା ସହ ତାର ଲମ୍ବ ୯ ଫୁଟ ବୋଲି ମାପି ଥିଲେ| ପରେ ଉକ୍ତ ସାପ କୁ ତାମଣା ଜଙ୍ଗଲ ରେ ବନ ବିଭାଗ ପକ୍ଷରୁ ଛଡାଯାଇଛି. ଏହି ସାପ କୁ ଦେଖିବା ପାଇଁ ବହୁ ଭିଡ଼ ଜମି ଥିଲା |


