ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ସୁବଣ୍ଣେଶ୍ୱର ମହାଦେବ ମନ୍ଦିର ପରିସରରେ ରବିବାର ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨ୟ ଶ୍ରାଦ୍ଧ ବାର୍ଷୀକ ଅନୁଷ୍ଠିତ ହୋଇଯାଇଛି । ଅଟଳ ବିହାରୀ ବାଜପେୟୀ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଉତ୍ସବରେ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯିବା ସହିତ ମନ୍ଦିରରେ ରୁଦ୍ରାଭିଷେକ କରାଯାଇଥିଲା । ଆୟୋଜିତ ସଭାରେ କୋଭିଡ ନିୟମ ମାନିବା ସହିତ ପରିଷଦର ରାଜ୍ୟ ସଭାପତି ମାନସ ରଂଜନ ଦାସ, ସଂପାଦକ ଭିକାରୀ ସ୍ୱାଇଁ, ବିଜେପି ନାଉଗାଁ ମଣ୍ଡଳ ସଭାପତି ନିଲୁରାମ ଜେନା, ନାଉଗାଁ ମଣ୍ଡଳ ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ରାଜକିଶୋର ସାମଲ,ନାଉଗାଁ ମଣ୍ଡଳ ପୁର୍ବତନ ସଭାପତି ଗୌତମ ସାହୁ, ସମାଜିକ କର୍ମୀ ସଂଜୟ ପାଳ, ସତ୍ୟବାଦୀ ରାଉଳ,ବିଜେପି ସଦସ୍ୟ ତପନ ପଣ୍ଡା,କୃଷ୍ଣ ସାମଲ,ଆରଏସଏସ ର ସଦସ୍ୟ ପ୍ରବୋଧ ମହାନ୍ତି, ସୁଦର୍ଶନ ମଲିକ, ଅଜୟ ବିଶ୍ୱାଳ ଆଦି ଉପସ୍ଥିତ ଥିଲେ । ଅତିଥି ମାନେ ନିଜ ନିଜ ପରିଚୟ ପ୍ରଦାନ କରିବା ପରେ ପ୍ରବୋଧ ମହାନ୍ତି ବାଜପେୟୀଙ୍କର ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ରାଜ୍ୟ ସଭାପତି ଶ୍ରୀ ଦାଶ ବାଜପେୟୀ କିପରି ଗ୍ରାମାଭୂମୁଖୀ କାର୍ଯ୍ୟକଳାପ କରୁଥିଲେ ସେ ସଂପର୍କରେ ଆଲୋକପାତ କରିଥିଲେ । ବାଜପେୟୀଙ୍କ ସମୟରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଯାହାଫଳରେ ଗ୍ରାମାଂଚଳର ଚାଷୀମାନେ କିପରି ସହଜରେ ନିଜର କୃଷିଜାତ ଦ୍ରବ୍ୟ ବିକ୍ରି କରିବା ସହିତ ଯାତାୟାତରେ ସହଜ ହୋଇପାରିବ । ସେହିପରି ନିଜ ଅଂଚଳରେ ମିଳୁଥିବା ସାମଗ୍ରୀକୁ ବିନିଯୋଗ କରି କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ତାହା ଥିଲା ବାଜେପେୟୀଙ୍କର ଲକ୍ଷ୍ୟ । ତେଣୁ ଆଜିର ଦିନରେ ସମସ୍ତେ ସଂକଳ୍ପ ନେବା ବାଜପେୟୀଙ୍କର ଚିନ୍ତାଧରା ଲକ୍ଷ୍ୟକୁ ଆମେ ଆମ ଅଂଚଳ,ଜିଲ୍ଲା,ରାଜ୍ୟ ତଥା ଦେଶରେ ସାକାର କରି ପାରିଲେ ସୁନାର ଭାରତ ଗଠନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ପରେ ମଣ୍ଡଳ ସଭାପତି ନିଲୁରାମ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ