ବିଦ୍ୟାଳୟ କୋଠା ଉଦ୍ଘାଟନଧରାକୋଟ (ଯୁଗାବ୍ଦ ନ୍ୟୁଜ) : ଶିକ୍ଷାକ୍ଷେଦତ୍ରରେ ଉନ୍ନତି ନିମନ୍ତେ ସରକାର ବିଭିନ୍ନ ପ୍ରୟାସ କରୁଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମାଣିକପୁରର ବିଣାଛାଟୋଇ ଉଚ୍ଚ ବିଦ୍ୟାଳୟର ନୂତନ କୋଠା ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଗୁରୁବାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ତହସିଲଦାର ଗଦାଧର ପାତ୍ର, ବିଡିଓ ଅଜୟ କୁମାର ପ୍ରଧାନ, ବିଇଓ ରବିନ୍ଦ୍ର କୁମାର ପଣ୍ଡା, ସରପଞ୍ଚ ବିଜୟ ଗମାଙ୍ଗ, ସମିତି ସଭ୍ୟ ପୂଜା କୁମାରୀ ଛଟେଇ , ଦୟାନିଧୀ ସେଠୀ, ଶତ୍ରୁଘ୍ନ ଗୌଡ,ସୁନିଲ କୁମାର ଚୌଧୁରୀ, ରମେଶ ଚନ୍ଦ୍ର ପୃଷ୍ଟିଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ ।