ଗଞ୍ଜାମ ପବ୍ଲିକ ପ୍ରୋସିକ୍ୟୁଟରଙ୍କର ଅନଲାଇନ ପ୍ଲାଟଫର୍ମରେ ଆଲୋଚନା ଚକ୍ର

ଛତ୍ରପୁର,(ଦେବଦତ୍ତ ମହାରଣା ) : ଦେଶ ତଥା ଆମ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବା ଫଳରେ ମାର୍ଚ୍ଚ ମାସଠାରୁ ଆଜି ପର୍ଯ୍ୟନ୍ତ ନ୍ୟାୟାଳୟ ମାନଙ୍କରେ ନିତିଦିନିଆ କାର୍ଯ୍ୟ କରାନଯାଇ କେବଳ ଅତି ଜରୁରୀ ତଥା ଅତ୍ୟାବଶ୍ୟକ କାମ ଯଥା ରିମାଣ୍ଡ ଓ ବେଲ ଦରଖାସ୍ତର ଶୁଣାଣି କରାଯାଉଛି। ଏହି ପରିସ୍ଥିତିରେ କେବଳ ଭରଚୁଆଲ ଶୁଣାଣି କରାଯାଉଛି ଓ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ମଧ୍ୟ ନିଆଯାଉଛି। ଏଠାରେ କହି ରଖୁଛୁ ଯେ, ଆମ ସରକାର ମଧ୍ୟ ଯଥା ସମ୍ଭବ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ସପକ୍ଷରେ ନିଜ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଯେ, ଏହି କୋରନା ମହାମାରୀ ନ ହଟିବା ପର୍ଯ୍ୟନ୍ତ ଏକ ସ୍ଥାନରେ ଏକାଠି ହୋଇ ସାଧାରଣ ଆଲୋଚନା କରିବା ଅସମ୍ଭବ। ତେଣୁ ଯଥାସମ୍ଭବ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ଆଲୋଚନା ଚକ୍ର କରାଯାଉ।ଏହି ଜିନିଷକୁ ନଜରରେ ରଖି ଗଞ୍ଜାମ କ୍ୟାଡ଼ର ପ୍ରୋସିକ୍ୟୁଟରମାନେ ଏକାଠି ହୋଇ ଗଞ୍ଜାମ ଜିଲ୍ଲା ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ତ୍ରିଲୋଚନ ପରିଡାଙ୍କୁ ଏକ ଅନଲାଇନ ମିଟିଙ୍ଗ ଆୟୋଜନ ପାଇଁ ଅନୁରୋଧ କରିଥିଲେ। ଏଥିରେ ରାଜି ହୋଇ ଶ୍ରୀ ପରିଡା ଏକ ଅନଲାଇନ ମିଟିଙ୍ଗ ପାଇଁ ଛତ୍ରପୁର କ୍ୟାଡ଼ର ଏପିପି ଶ୍ରୀ ରାଜେଶ କୁମାର ମିଶ୍ରଙ୍କୁ ଦାୟିତ୍ବ ଦେଇଥିଲେ ତଥା ଏଥିରେ ଅତିଥି ଭାବେ ପବ୍ଲିକ ପ୍ରସିକ୍ୟୁଟରଙ୍କ ଦକ୍ଷିଣାଞ୍ଚଳ ଡେପୁଟି ଡ଼ାଇରେକ୍ଟର ଶ୍ରୀ ଜମେଶ୍ବର ମିଶ୍ରଙ୍କୁ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିଥିଲେ। ଆଜି ଦିନ ୨ଟା ସମୟରେ ଏହି ଆଲୋଚନା ଆରମ୍ଭ ହୋଇଥିଲା। ପାଖାପାଖି ଦେଢ଼ ଘଣ୍ଟା କାଳ ଏହି ଆଲୋଚନାରେ ସମସ୍ତ ସରକାରୀ ପ୍ରସିକ୍ୟୁଟରମାନେ ମାସିକ ଵିଵରଣୀ ପ୍ରଦାନ କରିଥିଲେ ତଥା ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଶ୍ରୀ ପରିଡା ତଥା ଦକ୍ଷିଣାଞ୍ଚଳ ଡେପୁଟି ଡ଼ାଇରେକ୍ଟର ଶ୍ରୀ ଜମେଶ୍ବର ମିଶ୍ରଙ୍କୁ ଜଣାଇଥିଲେ ଓ ତା’ର ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଆଲୋଚନା ଆରମ୍ଭ ପୂର୍ବରୁ ଶ୍ରୀ ମିଶ୍ର ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା କଥା ପଚାରି ବୁଝିଥିଲେ। ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ବୁଗୁଡା କ୍ୟାଡ଼ର ଏପିପି ଶ୍ରୀ ରତନ ସିଂ କୋରନା ଆକ୍ରାନ୍ତ ହୋଇ ଭଲ ହୋଇ ଫେରିଛନ୍ତି। ତେଣୁ ଶ୍ରୀ ମିଶ୍ର ସମସ୍ତଙ୍କୁ କାମ କରିବା ସହ ସତର୍କ ରହିବାକୁ ଉପଦେଶ ଦେଇଥିଲେ। ଶ୍ରୀ ମିଶ୍ରଙ୍କ ପରେ ଶ୍ରୀ ପରିଡା ଏହି କୋରନା ମହାମାରୀ ସମୟରେ କିପରି ନ୍ୟାୟାଳୟରେ କେସ ପରିଚାଳନା କରିବା ତଥା ତଦନ୍ତରେ ତଦନ୍ତକାରୀ ଅଧିକାରୀଙ୍କୁ ସାହାଯ୍ୟ କରିବା, ତା ଉପରେ ନିଜର ମତ ରଖିଥିଲେ।ଏହି ଅନଲାଇନ ମିଟିଙ୍ଗ ଗୁଗୁଲ ମିଟ ଆପ ଜରିଆରେ ସମ୍ଭବପର ହେଇଥିଲା। ଏହି ମିଟିଙ୍ଗରେ ରାଜେଶ କୁମାର ମିଶ୍ର,ସୁଦୀପ ଦାଶ, ମାଳତୀ ପାଲ, ମୋନାଲି ରାଇସା, ସୌଭାଗ୍ୟବତୀ ପଟ୍ଟନାୟକ, ବିକ୍ରମ କୁଣ୍ଡ, ଦୀପକ ସେଠି, ଯୀଶୁରାମ ବେହେରା, ବିପ୍ଳବ ମୁଦୁଲି, ନରେଶ ଅର୍ଗଳ, ରତନ ସିଂ, ସୁରେନ୍ଦ୍ର ଟୁଡୁ, ଦୀପାଞ୍ଜଳି ମହାପାତ୍ର, ଗୋଲକ ନାୟକ, ସରୋଜ ମଲ୍ଲିକ, ସତ୍ୟବ୍ରତ ମହାନ୍ତି, ରୂପରଂଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ପ୍ରଥମଥର ପାଇଁ କୌଣସି ସରକାରୀ ବିଭାଗ ଏହିପରି ଅନଲାଇନ ମିଟିଙ୍ଗ ଆୟୋଜନ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ