୧୦ ଓ ୧୧ନଂ ୱାର୍ଡରେ ଆଣ୍ଟିଜେନ ଟେଷ୍ଟ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଏନଏସିରେ କରୋନା ଚେନ୍ କୁ ରୋକିବା ନିମନ୍ତେ ଏନଏସି ପ୍ରଶାସନ ପକ୍ଷରୁ ବିଭିନ୍ନ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାସହ ଲୋକଙ୍କ ସୁରକ୍ଷା ନିମନ୍ତେ ଲୋକମାନଙ୍କୁ ସାଚେତନତା କରାଯିବା ସହ ବିଭିନ୍ନ କାର୍ଯ୍ୟ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁଙ୍କ ତତ୍ୱାବଧାନରେ ଗୁରବାର ଦିନ ଠାରୁ ଏନଏସିରେ ୱାର୍ଡ ସ୍ତରରେ ଲୋକଙ୍କ କୋଭିଡ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଏନେଇ ସୋମାବାର ୧୦ ଓ ୧୧ନଂ ୱାର୍ଡ ବାସୀଙ୍କ ନିମନ୍ତେ ସ୍ଥାନୀୟ ବ୍ୟାରେକ୍ ସ୍କୁଲ ଠାରେ ଦୁଇଟି ଯାକ ୱାର୍ଡ ଲୋକମାନଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଏଥିରେ ଏନଏସିର ପରିମଳ ନିରିକ୍ଷକ ଗୈାରହରି ପଣ୍ଡା, ସିଓ କବିତା ରାଣୀ ଦାସ, ଅଙ୍ଗନବାଡି କର୍ମୀ ମଂଜୁବାଳା ପାଣିଗ୍ରାହୀ, କୋଭିଡ ମନିଟର ପୂର୍ଣ୍ଣବାସୀ ମହାପାତ୍ର ଓ ସୁଜତା ପଣ୍ଡା ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୁପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ