ପୁରୀ ସହର ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସହରବାସୀ ଙ୍କ ପାଇଁ ବଡଯୋଜନା ଘୋଷଣା କରିଛନ୍ତି । ପୁରୀ ସହରର ବିକାଶ ଓ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପାଖି ପାଞ୍ଚ ଶହ କୋଟି ଟଙ୍କା ପ୍ରଦାନ କରିିଛନ୍ତି । କେଉଁ ଯୋଜନା ପାଇଁ କେତେଟଙ୍କା ଆସନ୍ତୁ ଜାଣିବା -ମୁଖ୍ୟମନ୍ତ୍ରୀ-ପୁରୀରେ ରାଜ୍ୟର ପ୍ରଥମ ଶ୍ରୀ ସେତୁ ନିର୍ମାନ କରାଯିବ-ଶ୍ରୀସେତୁ ପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ ହେବ-ଜଗନ୍ନାଥ ବଲ୍ଲଭ ମଠର ବିକାଶ ହେବ-୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର କରାଯିବ-ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦୋକାନ ବଜାର ବ୍ୟବସ୍ଥା ହେବ-ଜଗନ୍ନାଥ ବଲ୍ଲଭ ମଠର ବିକାଶ ପାଇଁ ୧୮୦ କୋଟି ଖର୍ଚ୍ଚ ହେବ-ମୂଷା ନଦୀର ବିକାଶ କରାଯିବ-ମୂଷା ନଦୀକୁ ମଙ୍ଗଳା ନଦୀ ସହିତ ସଂଯୋଗ କରାଯିବ-ମୂଷା ନଦୀର ପରିବେଶରେ ଉନ୍ନତି ଅଣାଯିବ-ରିଭର ଫ୍ରଣ୍ଟ ଟୁରିଜିମ୍ର ବିକାଶ କରାଯିବ-ମୂଷା ନଦୀର ବିକାଶ ପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ ହେବ-ଅଠରନଳାର ସୌନ୍ଦର୍ୟ୍ୟକରଣ ଓ ଆଲୋକୀକରଣ କରାଯିବ-ଅଠରନଳା ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ ହେବ-ପୁରୀଠାରେ ୨୮ ଏକର ଜମିରେ ଏକ ହ୍ରଜର ବିକାଶ କରାଯିବ-ହ୍ରଦର ବିକାଶ ପାଇଁ ଖର୍ଚ୍ଚ ହେବ ୩୫ କୋଟି ଟଙ୍କା-ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଆସୁଥିବା ମଠ ଗୁଡ଼ିକ ସ୍ଥାନାନ୍ତର ହେବ-ମଠ ଗୁଡ଼ିକୁ ଅବଡ଼ା ଯୋଜନାରେ ସରକାର ସରକାର ସହଯୋଗ ଯୋଗାଇବେ-ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଆସୁଥିବା ଦୋକାନ ଓ ଘର ସ୍ଥାନାନ୍ତର ହେବ-ଦୋକାନା ଓ ଘର ଯୋଗାଇ ଦେବା ସହ ଥଇଥାନ ପ୍ୟାକେଜ୍ କାର୍ୟ୍ୟକାରୀ ହେବ-ପୁରୀରେ ଥିବା ପୁଷ୍କରଣୀ ଗୁଡ଼ିକର ପୁନରୁଦ୍ଧାର କରାଯିବ-ଐତିହସ୍ଥଳ ଗୁଡ଼ିକର ସଂରକ୍ଷଣ କରାଯିବ-୨ ବର୍ଷ ମଧ୍ୟରେ ସବୁ କାମ ଶେଷ କରାଯିବ ।